fbpx

୩ ଦିନ ଦୃଶ୍ୟମାନ ହେଲା ରଙ୍ଗୀନ ବାଦଲ, ଜାଣନ୍ତୁ କେଉଁଠି ?

ଓଡ଼ିଶା ଭାସ୍କର: ଅନେକ ରହସ୍ୟରେ ଭରା ଏହି ଦୁନିଆ । ବେଳେ ବେଳେ ଏପରି କିଛି ଘଟଣାମାନ ଘଟିଥାଏ ଯାହା ବିଷୟରେ ନା କେବେ ଶୁଣିଥିବେ ନା ଦେଖିଥିବେ । ଅନେକ ସମୟରେ ଆକାଶରେ ବିଚିତ୍ର ବାଦଲ ଦେଖିବାକୁ ମିଳିଥାଏ କିନ୍ତୁ ସୀମିତ ସମୟ ପାଇଁ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ୩ ଦିନ ପର୍ଯ୍ୟନ୍ତ ରଂଗୀନ ବାଦଲ ଦେଖିବାକୁ ମିଳିଥିଲା । ହଁ ଆଜ୍ଞା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆର୍କଟିକ୍ ସର୍କଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଚମତ୍କାର ଭାବେ ‘ଇନ୍ଦ୍ରଧନୁଷ’ ବାଦଲ ୩ ଦିନ ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟମାନ ହୋଇଥିଲା । ଏହା ବିଶେଷଜ୍ଞମାନଙ୍କ ପାଇଁ ବି ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ତେବେ ଆକାଶରେ ଏଭଳି ରହସ୍ୟମୟୀ ଘଟଣାର କ’ଣ କାରଣ ଥାଇପାରେ ଆସନ୍ତୁ ଜାଣିବା ।

କେଉଁଠି ଦୃଶ୍ୟମାନ ହୋଇଥିଲା ‘ଇନ୍ଦ୍ରଧନୁଷ’ ବାଦଲ ?

ଲାଇଭ ସାଇନ୍ସ ରିପୋର୍ଟ ଅନୁଯାୟୀ ରଂଗୀନ ବାଦଲ ଗୁଡ଼ିକର ସମାହାର ନୱେର୍, ସ୍ୱେିଡେନ୍‌, ଫିନଲ୍ୟାଣ୍ଡ, ଆଲାସ୍କାର କିଛି ଆଂଚଳ ଏବଂ ଦକ୍ଷିଣ ସ୍କଟଲ୍ୟାଣ୍ଡରେ ଦୃଶୃମାନ ହୋଇଥିଲା । Spaceweather.com ଅନୁଯାୟୀ ଡିସେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ଏହି ରଂଗୀନ ବାଦଲ ଆକାଶରେ ଦେଖାଯାଇଥିଲା । ତେବେ ଡିସେମ୍ବର ୨୧ରୁ ଧିରେ ଧିରେ ଏହି ବାଦଲ ଦୃଶ୍ୟମାନ ହେବା କମିଯାଇଥିଲା । ଦକ୍ଷିଣ ନୱେର୍ରେ ଏହି ‘ଇନ୍ଦ୍ରଧନୁ’ ବାଦଲ ଗୁଡ଼ିକୁ ଫଟୋଗ୍ରାଫର Ramunė Šapailaitė (@ramashke) ନିଜ କ୍ୟାମେରାରେ କଏଦ କରିଥିଲେ । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ।

ଏହି ରହସ୍ୟମୟ ଘଟଣା ପଛର କାରଣ

ଏହି ରଂଗୀନ ବାଦଲ ଗୁଡ଼ିକୁ Polar Stratospheric Cloud କୁହାଯାଏ । Spaceweather.com କହିବାନୁଯାୟୀ ଉପର ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥଣ୍ଡା ଥିବା କାରଣରୁ ୩ ଦିନ ପର୍ଯ୍ୟନ୍ତ ଆର୍କଟିକ୍ ଉପରେ ଏବଂ ଏହାର ଆଖପାଖ ଆକାଶରେ ଇନ୍ଦ୍ରଧନୁ ବାଦଲ ଦେଖାଯାଇଥାଏ । ବାୟୁରେ ଜମା ହୋଇଥିବା ଜଳର କ୍ରିଷ୍ଟାଲ ସୂର୍ଯ୍ୟର କିରଣ ସହ ମିଶିବା ପରେ ଇନ୍ଦ୍ରଧନୁ ସୃଷ୍ଟି କରିଥାଏ ଯାହାକୁ ଆମେ ଧରାପୃଷ୍ଠରୁ ଦେଖିଥାଉ । ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଏହାର ଅନ୍ୟ ଏକ କାରଣ ହୋଇପାରେ ବୋଲି Spaceweather.com ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.