fbpx
BSKY SKY
BSKY SKY

ଜଣାଶୁଣା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ବିରୋଧରେ FIR ଦାୟର: ପତ୍ନୀ ଆଣିଲେ ମାରପିଟ୍ ଅଭିଯୋଗ

BSKY

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ବିଶିଷ୍ଟ ମୋଟିଭେସନନାଲ ସ୍ପିକର ସନ୍ଦୀପ ମାହେଶ୍ୱରୀ ଅପଲୋଡ୍ କରିଥିବା ଏକ ଭିଡିଓଙ୍କୁ ନେଇ ଦେଶର ଏହି ଦୁଇ ଟପ୍ ମୋଟିଭେସନାଲ ସ୍ପିକରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହୋଇଥିଲା । ଏନେଇ ଏକ ୟୁଟ୍ୟୁବ ଚାନେଲରେ ବିବେକ ନିଜ ପକ୍ଷରୁ ଏ ଘଟଣା ବାବଦରେ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ ।

ତେବେ ଏହା ମଧ୍ୟରେ ବିବେକଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ବିବେକଙ୍କ ନାମରେ ତାଙ୍କ ପତ୍ନୀ ଆଣିଛନ୍ତି ଏକ ସଙ୍ଗୀନ୍ ଅଭିଯୋଗ । ବିବେକ ତାଙ୍କୁ ମାରପିଟ୍ କରିଥିବା ନେଇ ପତ୍ନୀ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ସ୍ଥିତ ସେକ୍ଟର ୧୨୬ ଥାନାରେ ମାମଲା ଦାୟର କରିଛନ୍ତି । ବିବେକ ତାଙ୍କୁ ମାରପିଟ କରିବା ସହିତ ଗାଳିଗୁଲଜ କରିଥିବା ପତ୍ନୀ ଉଲ୍ଲେଖ କରିଛନ୍ତି । ତେବେ ପତ୍ନୀଙ୍କ ପକ୍ଷରୁ ମାମଲା ଦାୟର ହେବା ପରେ ଏବେ ବିବେକଙ୍କ ମୁସ୍କିଲ ବଢ଼ିଯାଇଛି ।

ସୂଚନା ମୁତାବକ, ଗତ ୬ ତାରିଖରେ ବିବେକ ୪୧ ବର୍ଷ ବୟସରେ ୟାନିକାଙ୍କୁ ବିବାହ କରିଥିଲେ । ତେବେ ବିବାହରଏକ ମାସ ପରେ ସେ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ୟାନିକାଙ୍କ ଭାଇ କହିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ କିଛି ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବିବେକଙ୍କର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନଟ ଦେଖିବାକୁ ମିଳିଛି । ବିବେକ ପତ୍ନୀଙ୍କର ମୋବାଇଲ ମଧ୍ୟ ଭାଙ୍ଗିଦେଇଥିବା ଏଫଆଇଆରରେ ଦର୍ଶାଯାଇଛି । ତେବେ ମହିଳା ଜଣଙ୍କ କିଛି ଦିନ ଧରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ବିବେକଙ୍କଠାରୁ ବିଜିନେସ ଆଇଡିଆ ଶିଖିବା ପାଇଁ କିଛି ଯୁବକ ୫୦ ହଜାର ଓ ୩୫ ହଜାର ଟଙ୍କା ଦେଇଥିଲେ । ମାତ୍ର ଏନେଇ ସେମାନଙ୍କ ସହ ଠକାମି ହୋଇଥିବା ସେମାନେ ଅଭିଯୋଗ ଆଣିଥିଲେ । ଏନେଇ ସନ୍ଦୀପ ନିଜ ୟୁଟ୍ୟୁବ ଚାନେଲରେ ‘ବିଗ ସ୍କାମ ଏକ୍ସପୋଜଡ’ ନାମରେ ଏକ ଭିଡିଓ ଅପଲୋଡ୍ କରିଥିଲେ । ତା’ ପରଠାରୁ ହିଁ ସନ୍ଦୀପ-ବିବେକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ଉକ୍ତ ବିବାଦର ସମାଧାନ ନହେଉଣୁ ବିବେକ ପୁଣି ଏକ ବିବାଦରେ ଫଶିଯାଇଛନ୍ତି ।

Get real time updates directly on you device, subscribe now.