fbpx

ରାଜନୀତି ପାଇଁ ପ୍ରିୟଙ୍କାଙ୍କ ନିକଟରେ ପ୍ରସଙ୍ଗ ନାହିଁ: ଜାଣନ୍ତୁ କାହିଁକି ଏମିତି କହିଲେ ଅଦିତି ସିଂ

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ବିଧାୟିକା ଅଦିତି ସିଂ ଶନିବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କାଙ୍କ ନିକଟରେ ବର୍ତ୍ତମାନ ରାଜନୀତି କରିବା ପାଇଁ ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି ପୂର୍ବତନ ରାଏବରେଲୀ ବିଧାୟିକା ଅଦିତି ସିଂ । ଏକଦା ଗାନ୍ଧୀ-ନେହେରୁ ପରିବାରର ଅନୁଗତ ରହିଥିବା ଅଦିତି ଦଳ ଛାଡିବା ପରେ କିନ୍ତୁ କଂଗ୍ରେସ ପ୍ରତି ଆକ୍ରମଣ ଜୋରଦାର କରିଛନ୍ତି ।  କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।

ତେବେ କୃଷି ଆଇନ ପ୍ରତ୍ୟାହାରକୁ ମଧ୍ୟ ପ୍ରିୟଙ୍କା ସମାଲୋଚନା କରିଥିଲେ । ପ୍ରିୟଙ୍କାଙ୍କ ସମାଲୋଚନା ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ଅଦିତି । ପୂର୍ବରୁ ପ୍ରିୟଙ୍କା ଏହାକୁ ବିରୋଧ କରୁଥିଲେ । ବର୍ତ୍ତମାନ ଏହି ପ୍ରତ୍ୟାହାର ହେବା ପରେ ମଧ୍ୟ ପ୍ରିୟଙ୍କା ବିରୋଧ କରି ଆସୁଛନ୍ତି । ବାସ୍ତବରେ ପ୍ର୍ରିୟଙ୍କାଙ୍କ ନିକଟରେ ରାଜନୀତି କରିବା ପାଇଁ କୌଣସି ପ୍ରସଙ୍ଗ ନାହିଁ । ବର୍ତ୍ତମାନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରସଙ୍ଗ ବିହୀନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଅଦିତି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ତଦନ୍ତ କରୁଛନ୍ତି । ଏହି ମାମଲାକୁ ନେଇ ମଧ୍ୟ ପ୍ରିୟଙ୍କାଙ୍କ ସନ୍ଦେହ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ଅଦିତି ।

Get real time updates directly on you device, subscribe now.