fbpx

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ସଚ୍ଚିନ୍ ପାଇଲଟ୍

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଏବଂ ସଚ୍ଚିନ୍ ପାଇଲଟ୍ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାକୁ ଯେତେ କେନ୍ଦ୍ର ମନ୍ତ୍ରୀ ଓ ନେତା ଆସନ୍ତୁ । ରାଜ୍ୟରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ ।

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାୟ ଯାତ୍ରା ସମୟରେ ଓଡ଼ିଶା ଗସ୍ତରେ ଆସିଥିଲେ । ଏହା ପରେ ସେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏକ ଚିଠି ଲେଖିଥିଲେ । ସୁନ୍ଦରଗଡ଼ରେ ହକି ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବା ନେଇ ଚିଠିରେ ଉଲ୍ଲେଖ ଥିଲା । ସେହିପରି ଚଳିତ ମାସରେ ବିଜେପି ନେତା ମଧ୍ୟ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.