fbpx
BSKY
BJD MC SKY
BJD MS SKY

‘ଦକ୍ଷ ଅଟନ୍ତି ପ୍ରିୟଙ୍କା’, ୨୦୨୪ ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ଘୋଷଣା କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ରବର୍ଟ ଭଦ୍ରା । ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ରବର୍ଟ ଭଦ୍ରା କହିଛନ୍ତି ଯେ, ସଂସଦ ଯିବା ପାଇଁ ପ୍ରିୟଙ୍କାଙ୍କ ପାଖରେ ସବୁ ପ୍ରକାର ଦକ୍ଷତା ରହିଛି । ତେଣୁ ମୋତେ ଲାଗୁଛି ଯେ, ସେ ସାଂସଦ ହେବା ଉଚିତ୍ । ଆଉ ଏହା ନିଶ୍ଚିତ ଲୋକସଭାରେ ହେବା ଉଚିତ୍ ।

ଏହା ସହିତ ସେ କହିଛନ୍ତି ପ୍ରିୟଙ୍କା ଯଦି ସାଂସଦ ହୁଅନ୍ତି ତେବେ ସେ ଖୂବ୍ ଖୁସି ହେବ ବୋଲି କହିଛନ୍ତି । ଆଶା କରୁଛି ଯେ, କଂଗ୍ରେସ ତାଙ୍କୁ ଯୋଗ୍ୟ ଭାବିବ ଏବଂ ତାଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବ । ସଂସଦରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖାଇବାକୁ ନେଇ ମଧ୍ୟ ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ଯେ, ପ୍ରଧାନମନ୍ତ୍ରୀଙ୍କର ଗୌତମ ଆଦାନୀଙ୍କ ସହିତ ଅନେକ ଫଟୋ ରହିଛି । ଆମେ ଏହା ଉପରେ କିଛି କହିନାହୁଁ । ରାହୁଲ ଗାନ୍ଧୀ ଏହା ଉପରେ ଗୃହରେ ପ୍ରଶ୍ନ ମଧ୍ୟ କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ଉତ୍ତର ରଖି ନାହାନ୍ତି ।

ଏହା ସହିତ ରବର୍ଟ ଭଦ୍ରା କହିଥିଲେ କିସେ ତାଙ୍କର ନାମ ପାଇଁ ଲଢିବେ । ଦି ମୋର ନାଁ ନେଇ ପ୍ରଶ୍ନ ଉଠେ ତେବେ ଏଥିପାଇଁ ତାଙ୍କୁ ପ୍ରମାଣ ଦେବାକୁ ପଡ଼ିବ । ଅନ୍ୟଥା ସେମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ ।

Get real time updates directly on you device, subscribe now.