ଯବାନଙ୍କ ସହିଦକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି, କହିଲେ-ଆମେ ସମସ୍ତେ ଆପଣଙ୍କର ଋଣୀ ରହିବୁ..

ସାମ୍ନାକୁ ଆସିଲା ଯବାନଙ୍କର ସହିଦକୁ ନେଇ ପ୍ରିଙ୍କା ଗାନ୍ଧୀଙ୍କ ବୃବୃତ୍ତି

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନରେ ସହିଦ ହୋଇଥିବା ସୈନିକଙ୍କ ଉପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ ସାମ୍ନାକୁ ଆସିଛି।

ପ୍ରିୟଙ୍କା ଗାନ୍ଧୀ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ ସହ ସାମରିକ ମୁକାବିଲା ସମୟରେ ଆମର ଅନେକ ସୈନିକଙ୍କ ସହିଦ ହେବା ଅତ୍ୟନ୍ତ ଦୁଃଖଦ।’

ସେ ଲେଖିଛନ୍ତି, “ଆମ ସେନାର ସାହସୀ ସୁବେଦାର ପବନ କୁମାର ଜୀ, ସିପାହୀ ଏମ ମୁରଲୀ ନାଏକ ଜୀ, ଲାନ୍ସ ନାଏକ ଦିନେଶ କୁମାର ଜୀ, ବିଏସଏଫ ସବ-ଇନ୍ସପେକ୍ଟର ମହମ୍ମଦ ଇମତିଆଜ ଜୀ, ସର୍ଜେଣ୍ଟ ସୁରେନ୍ଦ୍ର କୁମାର ମୋଗା, ରାଇଫଲମ୍ୟାନ୍ ସୁନୀଲ କୁମାର ଏବଂ ରାଜୌରୀ ପୋଲିସ ଅଧିକାରୀ ରାଜ କୁମାର ଥାପା ଜୀ ଦେଶର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଏହା ବ୍ୟତୀତ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।”

ପ୍ରିୟଙ୍କା ଆହୁରି କହିଛନ୍ତି, ‘ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏହି କଷ୍ଟକର ସମୟରେ ସମଗ୍ର ଦେଶ ଶୋକସନ୍ତପ୍ତ ପରିବାର ସହିତ ଛିଡ଼ା ହୋଇଛି। ଆମେ ସମସ୍ତେ ଆମର ସହିଦ ଏବଂ ସେମାନଙ୍କ ପରିବାର ପ୍ରତି ସର୍ବଦା ଋଣୀ ରହିବୁ।’