fbpx

ପ୍ରଫେସର ଶୂନ୍ୟ ହୋଇଯିବ ଉତ୍କଳ ବିଶ୍ୱବିଦ୍ୟାଳୟ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବପୂରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି । ଆସନ୍ତା ବର୍ଷ ଜୁନ ମଧ୍ୟରେ ୭ ଜଣ ପ୍ରଫେସର ଅବସର ଗ୍ରହଣ କରିବେ । ବିଶ୍ୱବିଦ୍ୟାଳୟର ୧୧ଟି ବିଭାଗ ପ୍ରଫେସର ଶୂନ୍ୟ ହୋଇଯିବ । ପବ୍ଲିକ ଆଡମିନିଷ୍ଟ୍ରେନ ବିଭାଗରେ ୨ ଜଣ ଅଧ୍ୟାପକରେ କାର୍ଯ୍ୟ ଚାଲିଥିବା ବେଳେ ରାଜନୀତି ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଆଇନ, ପରିସଂଖ୍ୟାନ, କମ୍ପ୍ୟୁଟର ସାଇନ୍ସ ବିଭାଗରେ ପ୍ରଫେସର ନାହାନ୍ତି । ସେହିପରି ପ୍ରାଚୀନ ଇତିହାସ ବିଭାଗରେ ମାତ୍ର ୨ ଜଣ ଅଧ୍ୟାପକ କାର୍ଯ୍ୟ କରିବେ । ମୋଟ ଉପରେ ବିଶ୍ୱବିଦ୍ୟାଳୟରେ ମାତ୍ର ୧୨ ଜଣ ପ୍ରଫେସର କାର୍ଯ୍ୟ କରିବେ । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବ ।

ତେବେ ୨୦୨୨ ନଭେମ୍ବରରେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍ ଟିମ୍) ଆସିବାକୁ ଥିବାବେଳେ ସେତେବେଳକୁ ସ୍ଥିତି କ’ଣ ହୋଇଥିବା ତାହା ନିଶ୍ଚିତ ଭାବେ ଚିନ୍ତାଜନକ ଅଟେ । ଅପରପକ୍ଷେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍ ପ୍ରଫେସର ପଦରୁ ୪୪ଟି ଖାଲିପଡ଼ିଥିବା ବେଳେ ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ୪୭ ଜଣଙ୍କ ନିଯୁକ୍ତି ହୋଇନାହିଁ । ଏହାଛଡ଼ା ୬୭୯ ଅଣଶିକ୍ଷକ ପଦବୀ ମଧ୍ୟ କେବେ ପୂରଣ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗବେଷଣାର ମାନ ହ୍ରାସ, ପେଟେଣ୍ଟ ପାଇବାରେ ପଛୁଆ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦୟନୀୟ ଅବସ୍ଥାରେ ରହିଛି ।

Get real time updates directly on you device, subscribe now.