fbpx

ରାଜଧାନୀରେ ବଡ଼ ଅଘଟଣ: ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ସମାଜରେ ଦିନକୁ ଦିନ ଅପରାଧିକ କାର୍ୟ୍ୟ ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ନିଜ ପରିବାର ସଦସ୍ୟମାନେ ରକ୍ତ ସମ୍ପର୍କକୁ ମଧ୍ୟ ଭୁଲି ଯାଉଛନ୍ତି । କେଉଁଠି ସ୍ୱାମୀ ସ୍ତ୍ରୀକୁ ପିଟିପିଟି ମାରିଦେଲାଣି ତ କେଉଁଠି ବାପାଙ୍କୁ ହତ୍ୟା କରୁଛି ପୁଅ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ବଡ଼ ଅଘଟଣ । ନିଜ ଜନ୍ମକଲା ବାପାଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପୁଅ ଜଣଙ୍କ ହେଉଛନ୍ତି ଜଣେ ଉଚ୍ଚଶିକ୍ଷିତ । ସେ ଏକ ଘରୋଇ କଲେଜରେ ପ୍ରଫେସର ଭାବେ କାର୍ୟ୍ୟ କରୁଥିବା ଜଣାପଡ଼ିଛି ।

ଖବର ମୁତାବକ, ପ୍ରଫେସର ପୁଅ ଜଣଙ୍କୁ ତାଙ୍କ ବାପାଙ୍କୁ ଏକ ଧାରୁଆ ଛୁରୀ ଭୁସି ହତ୍ୟା କରିଛନ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ । କୌଣସି କଥାକୁ ବାପା-ପୁଅଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ରାଗିଯାଇ ପୁଅ ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.