ଜଗନ୍ନାଥ ସଂସ୍କୃତି ପ୍ରସାର, ଓଡ଼ିଶାର ସଂସ୍କୃତିକୁ ସୁଦୃଢ କରିବାକୁ ବଡ଼ ପଦକ୍ଷେପ: ଅନୁଷ୍ଠିତ ହେବ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ

ଭୁବନେଶ୍ୱର: ଆସନ୍ତା ମାସ ନଭେମ୍ବର ୮ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ କସ୍ତୁରବା ପଡିଆ, ନୟାପଲ୍ଲୀ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ । ଏହି ପବିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଆଜି ଭୂମିପୂଜନ ଓ ବାସ୍ତୁ ପୂଜନ କରାଯାଇ ମହୋତ୍ସବ ପାଳନ କରିବା ସ୍ଥାନକୁ ଶୋଧିତ କରାଯାଇଅଛି ଓ ଶୁଭଖୁଣ୍ଟି ସ୍ଥାପନ କରାଗଲା । ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଞ୍ଚଦିବସୀୟ ଓ ପଞ୍ଚକୁଣ୍ଡିୟ ବିଶ୍ୱ ଶାନ୍ତି ମହାୟଜ୍ଞରେ କର୍ତ୍ତା ରୂପେ ୱାର୍ଡ ନମ୍ବର -୩୭ର କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ସମାଜସେବୀ ଶ୍ରୀ ଅର୍ଜୁନ ବେହେରାଙ୍କୁ କର୍ତ୍ତା ରୂପେ ଅଭିହିତ କରାଯାଇଥିଲା ।

ଆଇନ ଓ ପୁକ୍ତ ବିଭାଗର ମନ୍ତୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଓ ଏକାମ୍ର ବିଧାୟକ ବାବୁ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ବାବାଜୀ ଅମୃତାନନ୍ଦ ଦାଶମହାରାଜ, ଓଡିଶା ସଂସଦ ସୁରକ୍ଷା ମିଶନ ସଭାପତି ବିଷ୍ଣୁଗିରିଜି ମହାରାଜ, ଡ଼ଃ ହରେକୃଷ୍ଣ ଶତପଥୀ କାର୍ୟ୍ୟରେ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ କମିଟିର ଚେୟାରମ୍ୟାନ ବିଶିଷ୍ଠ ସମାଜସେଵୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ସେକ୍ରେଟାରୀ ପ୍ରଦୀପ କୁମାର ରାଉତରାୟ, ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ଉପଦେଷ୍ଠା ମେଜର ଡ଼ କଳ୍ପନା ଦାସ, ଉପଦେଷ୍ଠା କର୍ପୋରେଟର ଅମରେନ୍ଦ୍ର ଜେନା, କୋର କମିଟି ମେମ୍ବର ମନରଞ୍ଜନ ବାରିକ, ନୀଳିମା ପାତ୍ର, ଲକ୍ଷ୍ମଣ ସ୍ୱାଇଁ, ପ୍ରକାଶ ଶ୍ରୀଚନ୍ଦନ, ରଂଜିତ କର୍ମୀ, ଆଦିତ୍ୟ ପାଢ଼ୀ, ସୋନାଲୀସା ମହାପାତ୍ର, ଦୀପକ ଚୌଧୁରୀ, ଅରୁଣ ଦାଶ କାର୍ୟ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ କ୍ଷ ଏହି ଅବସରରେ ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା ।

Get real time updates directly on you device, subscribe now.