fbpx

ପ୍ରଥମ ଥର ଲାଗି କୌଣସି ଯୁବତୀଙ୍କୁ ଡେଟ୍ କରୁଛନ୍ତି କି? ମନର କଥା ଖୋଲି କହିବାରେ ସଂକୋଚ କରୁଥିଲେ ଆପଣାନ୍ତୁ ଏହି ଟିପ୍ସ

Advertisement

କିଛି ଲୋକ ବହୁ ସହଜରେ ଅନ୍ୟ ଆଗରେ ନିଜ ଭାବନାକୁ ବ୍ୟକ୍ତ କରିପାରନ୍ତି । କିନ୍ତୁ ଯେତେବେଳେ ନିଜ ଗାର୍ଲଫ୍ରେଣ୍ଡ ସାମ୍ନାରେ ହୃଦୟର କଥା କହିବାର ସମୟ ଆସିଥାଏ ସେତେବେଳେ ଅତି ଦମ୍ଭ ଦେଖାଉଥିବା ବ୍ୟକ୍ତି ବି ସାହାସ ଜୁଟାଇ ପାରି ନଥାଏ । ଏହି କ୍ରମରେ ଯଦି ଆପଣ କାହାକୁ ଡେଟ୍ କରୁଛନ୍ତି ଓ ହୃଦୟର କଥା କହିପାରୁ ନାହାନ୍ତି ତେବେ ଆପଣଙ୍କୁ ନିମ୍ନରେ ଏ ସମ୍ବନ୍ଧିତ କିଛି ଟିପ୍ସ ଦିଆଗଲା ।
ଶାନ୍ତ ସ୍ଥାନରେ ସମୟ ବିତାନ୍ତୁ:
ଯଦି ଆପଣ ଚୁପଚାପ୍ ସ୍ୱଭାବର ତେବେ ଆପଣ ଗାର୍ଲଫ୍ରେଣ୍ଡଙ୍କ ସହିତ କିଛି ଏପରି ଯାଗାରେ ସମୟ ବିତାଇବାକୁ ପ୍ଲାନ କରନ୍ତୁ ଯେଉଁଠି ଶାନ୍ତି ଥିବ ଓ ବହୁତ କମ୍ ଲୋକ ଥିବେ । ଏହିପରି ଏକ ଶାନ୍ତ ସ୍ଥାନରେ ପହଞ୍ଚି ଆପଣ ଧୀରେ ଧୀରେ ହୃଦୟର କଥା କହିବାକୁ ଚେଷ୍ଟା କରନ୍ତୁ ।
ମୁଭି ଡେଟ୍:
ଆପଣ ତାଙ୍କୁ ମୁଭି ଦେଖିବାକୁ ଯିବାକୁ ଇନଭାଇଟ୍ କରିପାରିବେ । ଏଥିପାଇଁ ଆପଣ କିଛି ଭଲ ଫିଲ୍ମର ଚୟନ କରନ୍ତୁ । ଏପରି ଯାଗାକୁ ଯାଆନ୍ତୁ ନାହିଁ ଯେଉଁଠି ଜଣେ ଝିଅ ନିଜକୁ ଅସୁରକ୍ଷିତ ମନେ କରିଥାଏ । କଥାବାର୍ତ୍ତା ସମୟରେ ଆପଣ ତାଙ୍କୁ କୁହନ୍ତୁ ଆପଣ ଏହି ପ୍ଲାନ କାହିଁକି କରିଛନ୍ତି । ଏହିପରି ଆପଣ ନିଜ ମନ କଥା ତାଙ୍କୁ କହିପାରିବେ ।
ଫିଲ୍ମ ତରିକା:
ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଫିଲ୍ମ ପସନ୍ଦ ତେବେ ଆପଣ କୌଣସି ଫିଲ୍ମ ସିନ୍ ପରି ନିଜ ସାଥୀଙ୍କୁ ପ୍ରପୋଜ୍ କରିପାରିବେ । ଏଥିପାଇଁ ଆପଣ ଗୀତ ଗାଇ, ଗୀଟାର ବଜାଇ କିମ୍ବା ପାର୍କରେ ଫିଲ୍ମି ତରିକାରେ ପ୍ରପୋଜ୍ କରନ୍ତୁ ।

Get real time updates directly on you device, subscribe now.