fbpx

ଭାରତରେ ବେଶ୍ୟାବୃତ୍ତିରୁ ରୋଜଗାର ହୁଏ ୬୬ ହଜାର କୋଟି ଟଙ୍କା, ବେଶ୍ୟାବୃତ୍ତିର ଏନ୍ତୁଡିଶାଳ: ଦୁନିଆର ସବୁଠୁ ପ୍ରସିଦ୍ଧ ୧୦ ରେଡଲାଇଡ ସ୍ଥାନ, ଜାଣନ୍ତୁ ଏ ରିପୋର୍ଟରେ

ଓଡିଶା ଭାସ୍କର: ବେଶ୍ୟାବୃତ୍ତି- ଏ ଶବ୍ଦ ଯେତିକି ରୋଚକ ସେତିକି ରଙ୍ଗୀନ ମଧ୍ୟ । ଯୌନ ଓ ଜୀବନର ସଙ୍ଗମ ହେଉଥିବା ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଜଣେ ନାରୀ, ପୁରୁଷର କାମନା ତଥା ବାସନାର ପରିପୂର୍ଣ୍ଣ କରେ । ସେହିସବୁ ସ୍ଥାନକୁ କୁହାଯାଏ ରେଡଲାଇଟ ଇଲାକା ବା ବେଶ୍ୟାଳୟ । ଯେଉଁଠି ଖୁଲ୍ଲମଖୁଲ୍ଲା ଭାବରେ ଦେହ ବ୍ୟବସାୟ ହୁଏ । ଟଙ୍କାର ବର୍ଷା ସାଙ୍ଗକୁ ଯୌବନର ଭୋକ ମେଣ୍ଟେ । ନାରୀ ଓ ପୁରୁଷ କିଛି ସମୟ ପାଇଁ ହଜି ଯାଆନ୍ତି ରାତିର ନିଦାଘ ଅନ୍ଧାରରେ । ଯୌନ ଭୋକ ମେଣ୍ଟିବା ପରେ ଉଭୟ ପୁରୁଷ ଓ ନାରୀ ପୁଣି କେହି କାହାକୁ ଚିହ୍ନନ୍ତି ନି । କେବଳ ଏ ସମ୍ପର୍କ ଥାଏ ଏକ ସର୍ତ୍ତ ପାଇଁ । ଆଉ ସେ ସର୍ତ୍ତ ହେଉଛି – ଟଙ୍କା ଦିଏ, ଦେହ ନିଅ । ଏହିକ୍ରମରେ ସାରା ବିଶ୍ୱରେ ଅନେକ ବେଶ୍ୟାଳୟ ବା ରେଡଲାଇଡ ଏରିଆ ରହିଛି । ବିଶ୍ୱର ଏମିତି ୧୦ ପ୍ରସିଦ୍ଧ ରେଡଲାଇଡ ଏରିଆକୁ ନେଇ ଏ ଉପସ୍ଥାପନା ।

କହିରଖୁ, ସାରା ବିଶ୍ୱରେ ଅଧିକାଂଶ ଦେଶରେ ବେଶ୍ୟାବୃତ୍ତି ଏକ ବ୍ୟାପାର ହୋଇ ସାରିଛି । ଏହା ଦ୍ରୁତଗତିରେ ବଢୁଛି ମଧ୍ୟ । ଭାରତରେ ବେଶ୍ୟାବୃତ୍ତିରୁ କାରବାର ପ୍ରାୟ ୬୬ ହଜାର କୋଟି ଟଙ୍କା ଅଟେ । ବେଶ୍ୟାବୃତ୍ତିର ଏକ ପୁରାତନ ଇତିହାସ ମଧ୍ୟ ରହିଛି । ଏହା ଭାରତରେ ମୋଗଲ ଶାସନ ସମୟରେ ଚାଲୁଥିଲା । ପରେ ବ୍ରିଟିଶ ଶାସନକାଳରେ ମଧ୍ୟ ଏହା ଦ୍ରୁତଗତିରେ ବଢି ଚାଲିଲା ।

ଏମଷ୍ଟର୍ଡମ: ଏମଷ୍ଟର୍ଡମରେ ପ୍ରାୟ ୩ ଟି ରେଡଲାଇଟ ସ୍ଥାନ ରହିଛି । ମାତ୍ର ଡେ ୱାଲନ କ୍ଷେତ୍ର ଦୁନିଆରେ ବେଶୀ ପ୍ରସିଦ୍ଧି ଲାଭ କରିଛି । ଏଠାକାର ଗଲିରେ ଗ୍ଲାସ ପ୍ୟାନେଲରେ କଏଦ ଥିବା ସେକ୍ସ ୱାର୍କର ନଜର ଆସନ୍ତି । ଏହିସ୍ଥାନରେ ବେଶ୍ୟାବୃତ୍ତି ଆଇନ ଅନୁଯାୟୀ ଖରାପ ନୁହେଁ ଓ ସେଥିପାଇଁ ଟ୍ୟାକ୍ସ ମଧ୍ୟ ଲାଗେନି ।

ପ୍ୟାରିସ: ପ୍ୟାରିସର ପ୍ରସିଦ୍ଧ ମୌଲିନ ରୁଜ ( ରେଡ ୱିଡମିଲ) ଏକ ପାରମ୍ପରିକ କୈବରେ ଓ ନାଇଟ କ୍ଲବ ଅଟେ । ଯାହାର ଆରମ୍ଭ ପ୍ରାୟ ୧୮୮୯ ମସିହାରେ ହୋଇଥିଲା । ଏହି ବଦନାମ ଗଲିରେ ଅନେକଗୁଡାଏ ସେକ୍ସ ଦୋକାନ ରହିଛି ।

ବ୍ୟାଙ୍କକ: ବ୍ୟାଙ୍କକର ସୋଇ କାଉବାୟ ରେଡ ଲାଇଟ ଇଲାକା ଅଟେ । ଏଠାରେ ନାରୀମାନେ ଜଣକୁ ଭିନ୍ନ ଭିନ୍ନ ପ୍ରଲୋଭନ ଦେଖାଇ ଯୌନ ଭୋକ ମେଣ୍ଟାଇବାକୁ ଆମନ୍ତ୍ରଣ କରନ୍ତି ।

ସୋନାଗାଛି, ଭାରତ: କୋଲକାତାର ଏହି ରେଡଲାଇଡ ଏରିଆକୁ ଛୋଟଠୁ ବଡ ସମସ୍ତେ ଜାଣନ୍ତି । ଏଠାରେ ବେଶ୍ୟାବୃତ୍ତି ପାଇଁ ହଜାର ହଜାର ମହିଳା ପାଗଳପ୍ରାୟ ହୋଇ ପୁରୁଷଙ୍କୁ ଆମନ୍ତ୍ରଣ ଦେଇ ସେମାନଙ୍କ ଯୌନ ଭୋଗ ମେଣ୍ଟାନ୍ତି ଓ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏହା ଉପରେ  Born into Brothels ନାମକ ଗୋଟିଏ ଓସ୍କାର ଜିତିଥିବା ସିନେମା ତିଆରି ହୋଇଛି ।

ସିଙ୍ଗାପୁର: ପ୍ରକାଶଥାଉ ଯେ, ସିଙ୍ଗାପୁର ନିଜର ଶକ୍ତିଶାଳୀ ଆଇନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ବେଶ୍ୟାବୃତ୍ତି ଆଶିଂକ ଭାବରେ ବୈଧ ଅଟେ । ଏଠାରେ ଏକ ଟାୱାର ମଧ୍ୟରେ ସେକ୍ସ ୱାର୍କର ଆରାମରେ କାମ କରନ୍ତି ଓ ପୁରୁଷର ଇଚ୍ଛା ପୂରଣ କରି ପଇସା ନିଅନ୍ତି । କମ୍ବୋଙ୍ଗ ଗ୍ଲେମ ଓ ଚାଙ୍ଗି ବିମାନ ବନ୍ଦର ପାଖରେ ଥିବା ଗିଲାଙ୍ଗ ଆଇନ ଅନୁଯାୟୀ ବୈଧ ଥିବା ବେଶ୍ୟାଳୟ ଅଟେ ।

ଜାପାନ: ଜାପାନର ରାଜଧାନୀ ଟୋକିଓସ୍ଥିତ କାବୁକିଚୋ ଶିଞ୍ଜୁକୁ ଏକ ରେଡଲାଇଟ ଇଲାକା ଅଟେ । ଏଠାରେ ବହୁ ହୋଟେଲ ରହିଛି । ଯେଉଁଠି ନାରୀ ଓ ପୁରୁଷଙ୍କ ମହାମିଳନ ହୁଏ ରାତ୍ରିରେ ।

ହଙ୍ଗକଙ୍ଗ: ହଙ୍ଗକଙ୍ଗର ୱାନ ଚାଇ ଏରିଆ ରାତ୍ରିରେ ସାଜେ ରେଡଲାଇଟ ଏରିଆ । ଏହି ସ୍ଥାନରେ ଅନେକ ବାର ଥିବା ହୋଟେଲ ରହିଛି, ଯେଉଁଠି ବହୁ ସେକ୍ସ ୱାର୍କର କାମ କରନ୍ତି ।

ଆମେରିକା: ମେକ୍ସିକୋର ଟିଉୱାନାସ୍ଥିତ ଉତ୍ତରୀ ଭାଗରେ ସବୁଠୁ ବଡ ରେଡ ଲାଇଟ ଇଲାକା ରହିଛି । ଏହା ଆମେରିକାର ସବୁଠୁ ବଡ ରେଡ ଲାଇଟ ଏରିଆ ଅଟେ । ଏଠାରେ ବେଶ୍ୟାବୃତ୍ତି ଆଇନ ଅନୁଯାୟୀ ଖରାପ ନୁହଁ ।

ବ୍ରାଜିଲ: କୋପାନବାନା ହେଉଛି ବ୍ରାଜିଲର ସବୁଠୁ ବଡ ରେଡ ଲାଇଟ ସ୍ଥାନ । ଏଠାକୁ ବହୁତ ଧନୀ ଲୋକ ଆସନ୍ତି ନିଜର ଯୌନ ପିପାସୁ ମେଣ୍ଟାଇବା ପାଇଁ । ପ୍ରାୟ ସବୁ ସମୟରେ ଏଠାରେ ଭିଡ ରହେ । ପୁରୁଷ ଓ ନାରୀ ଏଠାରେ ହଜି ଯାଆନ୍ତି ଓ ଭିଜି ଯାଆନ୍ତି ଯୌନ କାରବାରରେ । ସେକ୍ସ ୱାର୍କର ବିନା ଭୟରେ ଏଠାରେ କାମ କରନ୍ତି ।

Get real time updates directly on you device, subscribe now.