fbpx

ଲୋୟର ସୁକତେଲ ପ୍ରକଳ୍ପ ଉଚ୍ଛେଦକୁ ନେଇ ଆନ୍ଦୋଳନ

Advertisement

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପ ଉଚ୍ଛେଦକୁ ନେଇ ଆନ୍ଦୋଳନ ସୃଷ୍ଟି ହୋଇଛି । ଖୁଣ୍ଟପାଲି ଗ୍ରାମର ଆଧିବାସୀମାନେ ବିରୋଧ କରିଥିବାର କଥା ସାମ୍ନାକୁ ଆସିଛି । ଆନ୍ଦୋଳନକୁ ଅଟକାଇବା ପାଇଁ ଯାଇଥିବା ପୋଲିସ ପ୍ରଶାସନକୁ ଛାଡୁ ନାହାନ୍ତି ଗାଁ ଲୋକେ ।

ସୂଚନା ମୁତାବକ ବଲାଙ୍ଗିରରେ ଲୋୟର ସୁକତେଲ ପ୍ରକଳ୍ପ ଖୁବ ଜୋରରେ ଆଗେଇ ଚାକିଛି । ସେଥିପାଇଁ ୨୬ଖଣ୍ଡ ଗାଁ ବିସ୍ଥାପିତ ହେଉଛନ୍ତି । କହିବାକୁ ଗଲେ ଏପର୍ଯ୍ୟନ୍ତ ୫ଟାରୁ ଅଥିକ ଗ୍ରାମ ବିସ୍ଥାପିତ ହୋଇସାରିଲେଣି । ସରକାରୀ ସାହାଯ୍ୟ ଦେଇ ଏହି ଗାଁ ଗୁଡିକୁ ଉଚ୍ଛେଦ କରାଯାଇଛି । କିନ୍ତୁ ବର୍ତ୍ତମାନ ସଦରଥାନା ଖୁଣ୍ଟପାଲି ଗ୍ରାମ ଉଚ୍ଛେଦକୁ ନେଇ ଲୋକମାନଙ୍କ ମଧ୍ୟରେ ଆନ୍ଦିଳନ ଦେଖାଦେଇଛି । ଗ୍ରାମ ଉଚ୍ଛେଦ ପାଇଁ କୌଣସି କ୍ଷତି ପୂରଣ ଦିଆଯାଇନାହିଁ ବୋଲି ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଉଚ୍ଛେଦ ପାଇଁ ଯାଇଥିବା ପୋଲିସ ଓ ପ୍ରଶାସନକୁ ମଧ୍ୟ ଛାଡୁନାହାନ୍ତି ଗ୍ରାମବାସୀ । ବକେୟା କ୍ଷତି ପୂରଣ ଦାବି କରି ଗାଁ ମୁଣ୍ଡରେ ବସିଛନ୍ତି ଆନ୍ଦୋଳନକାରୀ ।

ସେହିପରି କିଛି ଦିନ ତଳେ ପ୍ରକଳ୍ପକୁ ପାଇଁ ଲୋଇସିଙ୍ଗା ବ୍ଲକର ନଅଟି ଅଙ୍ଗନବାଡି କେନ୍ଦ୍ର ଓ ବଲାଙ୍ଗୀର ସଦର ବ୍ଲକର ୧୫ଟି ଅଙ୍ଗନ ବାଡି କେନ୍ଦ୍ର ମଧ୍ୟ ଏଥିରେ ଉଚ୍ଛେଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଏମାନେ କିପରି ଚାକିରୀ କରିବେ ସେନେଇ ଚିନ୍ତା ଦ୍ୱିଗୁଣିତ ହୋଇଛନ୍ତି । ସରକାର ଏମାନଙ୍କୁ ମଧ୍ୟ କ୍ଷତି ପୂରଣ ଦେବେ କି ନାହିଁ ତାହା ସ୍ଥିର କରାଯାଇ ନାହିଁ । ଏପରି ହେଲେ ସାଧାରଣ ଜନତା କେଉଁଠି ରହିବେ କଣ କରିବେ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି ସ୍ଥାନୀୟ ଲୋକେ । ତେଣୁ ପ୍ରତିବାଦରେ ଗାଁ ମୁଣ୍ଡରେ ବସିଛନ୍ତି ଆନ୍ଦୋଳନକାରୀ ।

Get real time updates directly on you device, subscribe now.