ଭୁବନେଶ୍ୱର: ଭୁବନେଶ୍ୱରରେ ବେଦାନ୍ତ କମ୍ପାନୀ ମାଲିକଙ୍କୁ ବିରୋଧ। କଳା ପତାକା ଧରି ବିରୋଧ କଲେ ଆନ୍ଦୋଳନକାରୀ। ଗାଡ଼ିକୁ ଅଟକାଇବା ସହ କଳା ପତାକା ଉଡ଼ାଇଲେ। ଭୁବନେଶ୍ୱରରେ ଚଲାଇ ଦେଲେ ନାହିଁ।
ବେଦାନ୍ତ ମାଲିକ ଅନିକଲ ଅଗ୍ରୱାଲଙ୍କୁ ବିରୋଧ। ହାଏ ହାଏ କହି ବିଲକୁଲ ଛାଡ଼ିଲେ ନାହିଁ। କଳା ପତାକା ଧରି ରାସ୍ତା ଉପରକୁ ମାଡ଼ିଗଲେ। ରାସ୍ତା ଉପରେ ଜଳିଲା ବେଦାନ୍ତକୁ ବିରୋଧର ବହ୍ନି। ଭୟରେ ଥରିଲେ ବେଦାନ୍ତର ମାଲିକ।
ପୋଲିସ ଅଟକାଇ ଦେଲେ। ନହଲେ କଣ ଯେ ହୋଇଥାନ୍ତା କହିହେବ ନାହିଁ। ବେଦାନ୍ତର ମାଲିକଙ୍କୁ ରାସ୍ତାକୁ ଟାଣି ଆଣିଥାନ୍ତେ ଅନ୍ଦୋଳନକାରୀ। ବେଦାନ୍ତ ଏମିତି ଏକ କମ୍ପାନୀ ଯିଏ ଓଡ଼ିଶାର ଅନେକ ଅଞ୍ଚଳକୁ ଖାଇ ଗଲାଣି।
ଜଙ୍ଗଲ ପାଣି ପବନ ସବୁ ବେଦାନ୍ତ ପାଇଁ ଆଜି ବିଷ ପାଲଟି ଯାଇଛି। ପାହାଡ଼ ନଷ୍ଟ ହେଲାଣି। ନଦୀ ବିଷାକ୍ତ ପାଲଟି ଗଲାଣି। ପବନ ଏବେ ଅଙ୍ଗାରକାମ୍ଳରେ ପରିଣତ।
ଜଣଙ୍କ ପରେ ଜଣେ ମରିବାକୁ ଲାଗୁଛନ୍ତି କେବଳ ବେଦାନ୍ତ ପାଇଁ। ଯାହକୁ ନେଇ ବେଦାନ୍ତ ମାଲିକ ଅନିଲ ଅଗ୍ରୱାଲଙ୍କୁ କଳା ପତାକା ଦେଖା ଯାଇଛି।
ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ।
ଶିଳ୍ପ ନାମରେ ଓଡିଶା ପାଇଁ ବିପଦ ସୃଷ୍ଟି କରୁଥିବା @Vedanta_Group ଓ ତା’ର ମାଲିକ @AnilAgarwal_Ved ଙ୍କୁ ଆଜି #TheGreenTeamOdisha ତରଫରୁ କଳା ପତାକା ଦେଖାଇ ବିରୋଧ କରାଗଲା।
ଲାଞ୍ଜିଗଡ଼ #RedMudPond ଭାଙ୍ଗି ହେଇଥିବା କ୍ଷତି ତୁରନ୍ତ ଭରଣା ଓ ପରିବେଶ ପ୍ରଦୂଷଣ ବନ୍ଦ ନକଲେ, ବିରୋଧ ଆହୁରି ଜୋରଦାର ହେବ।#GoBackAnilAgrawal pic.twitter.com/rURm31dihH— Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର (@bibhuti_odisha_) January 28, 2025
ରାସ୍ତା ଉପରେ ବେଦାନ୍ତ ମାଲିକଙ୍କୁ କେମିତି ଗୋଡ଼ାଇ ଗୋଡ଼ାଇ କଳାପତାକା ପ୍ରଦର୍ଶନ କରାଯାଉଛି। ଅନେକ ଆନ୍ଦୋଳନକାରୀ କରୁଛନ୍ତି ପ୍ରତିବାଦ। ପୋଲିସ ପ୍ରଶାସନ ଆନ୍ଦୋଳନକାରୀ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି।
“GoBackAnilAgrawal” ନାରା ଦେଇ ଆନ୍ଦୋଳନକାରୀମାନେ ଅନିଲ ଅଗ୍ରୱାଲଙ୍କ ଗାଡି ଅଟକାଇବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ।
ବେଦାନ୍ତ ନ ସୁଧୁରିଲେ ଆହୁରି ଜୋରଦାର ବିରୋଧ କରାଯିବା ସହ ବେଦାନ୍ତ ବିରୁଦ୍ଧରେ ଆଇନଗତ ଲଢେଇ ଲଢାଯିବ ବୋଲି ସଂଗଠନ ସଭାପତି ବିଭୁତି ଭୂଷଣ ମହାପାତ୍ର କହିଛନ୍ତି।
ସଂଗଠନ ସମ୍ପାଦକ ଗଣେଶ ସାହୁ , ସୌମ୍ୟ ରଞ୍ଜନ ବରାଳ , ଓମ ପଟ୍ଟନାୟକ , ଶ୍ରୀନିବାସ ଖମାରୀଙ୍କ ସମେତ ବହୁ ସଦସ୍ୟ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ।
ସୂଚନା ମୁତାବିକ ସେ ଝାରସୁଗୁଡ଼ା ହେଉକି କଳାହାଣ୍ଡି। ପୁରା ବିଷାକ୍ତ ପାଲଟିଗଲାଣି। ବେଦାନ୍ତ ଯେଉଁଠିକୁ ଯାଉଛି ସେଠିକାର ପାହାଡ଼ ପାଣି ପବନ ସବୁ ବିଷାକକ୍ତ କରି ପକାଉଛନ୍ତି।
କଳାହାଣ୍ଡି ଏବଂ ଝାରସୁଗୁଡ଼ା ହେଉଛି ସେଥିରୁ ଅନ୍ୟତମ। କଳାହାଣି ଏବେ ବିଶାକ୍ତ ପାଲଟି ଗଲାଣି। ଓଡ଼ିଶା ପାଇଁ କ୍ୟାଙ୍କସର ପାଲଟି ଗଲାଣି ବେଦାନ୍ତ। ତେବେ ଅନିଲ ଅଗ୍ରୱାଲ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ପୁରଣ ହୋଇ ନାହିଁ।
ନା ନିରିହ ବିସ୍ଥାପିତ ଆଦିବାସୀ ମାନଙ୍କୁ ତାଙ୍କ ମୂଲ୍ୟ ମିଳିଲା ନା ସେମାନଙ୍କ ପରିବେଶ ଭଲ ରହିଲା। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଦିିବାସୀ ମାନଙ୍କର ଉନ୍ନତି। ପିଲା ମାନଙ୍କର ପାଠ ପଢ଼ା ଏବଂ ସ୍ୱାସ୍ଥ୍ୟର ଭରଣପୋଷଣ କରିବା।
କିଛିବି କଲେ ନାହିଁ ସବୁଥିରେ ବିଫଳ ହୋଇଗଲେ। ଯାହାକୁ ନେଇ ହୋଇଛି ପ୍ରତିବାଦ। ବର୍ଷା ଦିନ ଆସିଲେ ବେଦାନ୍ତର ଅସଲ ଚିତ୍ର ସାମ୍ନାକୁ ଆସେ।
କାରଣ ଆସ ପଣ୍ଡରେ ଏତେ ପାଣି ଜମିଯାଏ ଯେ ତାହା ଭାଙ୍ଗି ଗା ଗଣ୍ଡାର ପାଣି ସବୁକୁ ଖରାପ କରିପକାଏ। ଲୋକେ ଆସ ପଣ୍ଡ ପାଣି ପି ମୃତ୍ୟୁର ସାମ୍ନା କରନ୍ତି।
ଏନେଇ ଅନେକ ଅଭିଯୋଗ ହୋଇଛି। ହେଲେ ବଡ଼ ବଡ଼ିଆ ଲୋକ ସବୁ କୁ ପାଦ ତଳେ ଟଙ୍କାର ପାୱାରରେ ଚାପି ଦେଇଛନ୍ତି। ଏନେଇ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଛି ସ୍ଥାନୀୟ ସାମାଜିକ ସଂଗଠନ ଡିଫାଇନ କଳାହାଣ୍ଡି।
ଲୋକଙ୍କ ସହ ଛିଡ଼ା ହୋଇଛି ଅନ୍ଦୋଳନ କରିଛି। ତେବେ ଭୁବନେଶ୍ୱରରେ ଆୟୋଜିିତ ହୋଇଛି ଉକ୍ତର୍ଶ ଓଡ଼ିଶା। ଯେଉଁଥିରେ ଅନେକ ଶିଳ୍ପପତି ମାନେ ଯୋଗ ଦେଇଛନ୍ତି।
ଆଉ ସେହି କାର୍ଯ୍ୟକ୍ରମଷର ବେଦାନ୍ତର ମାଲିକ ଅନିଲ ଅଗ୍ରୱାଲ ଆସୁଥିବା ବେଳେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲା ଓଡ଼ିଶାର ଗ୍ରିନ ଟିମ। ଅନେକ ସମୟ ଗାଡ଼ିକୁ ଅଟକାଇବା ସହ କଳା ପତାକା ଧରି ପ୍ରଦର୍ଶନ କରିଥିଲା।
ତେବେ ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଆନ୍ଦୋଳନ କାରି ମାନଙ୍କୁ ଗିରଫ କରିବା ସହ ପରିସ୍ଥିତିକୁ ନିଜ ଆୟତକୁ ଆଣିଥିଲା।