fbpx

ଶରଦ ପୱାରଙ୍କ ଘରେ ଆଗରେ ବିକ୍ଷୋଭ, ଝିଅ ସୁପ୍ରିୟା ସୁଲେଙ୍କୁ ଘେରିଲେ ଆନ୍ଦୋଳନକାରୀ

Advertisement

ଶୁକ୍ରବାର ମହାରାଷ୍ଟ୍ର ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ(ଏମଏସଆରଟିସି)ର ୧୦୦ ରୁ ଅଧିକ କର୍ମଚାରୀ ଏନସିପି ନେତା ଶରଦ ପୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ତାଙ୍କ ଘର ବାହାରେ ଘେରିଥିଲେ । କୁହାଯାଉଛି ଏହି ସମୟରେ କିଛି ଲୋକ ସୁପ୍ରିୟା ସୁଲେଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ । ସୂଚନା ଅନୁଯାୟୀ ଏମଏସଆରଟିସି ର ୧୦୦ ରୁ ଅଧିକ କର୍ମଚାରୀ ନିଜର ଦାବି ନେଇ ଶରଦ ପୱାରଙ୍କ ଘର ବାହାରେ ପ୍ରଦର୍ଶନ କରୁଥିଲେ ଏବଂ ତାଙ୍କ ବିରୋଧରେ ନାରାବାଜି କରୁଥିଲେ । ଏହି ସମୟରେ ପ୍ରଦର୍ଶନକାରୀ ସୁପ୍ରିୟା ସୁଲେଙ୍କ ଗାଡ଼ିକୁ ଘେରି ନେଇଥିଲେ ।

ଏମଏସଆରଟିସି କର୍ମଚାରୀ ଗତ ବର୍ଷ ନଭେମ୍ବରରୁ ନିଜ ଦାବି କରୁଆସୁଛନ୍ତି ଏବଂ ଆନ୍ଦୋଳନ କରୁଛନ୍ତି । ସେମାନେ ଦାବି କରୁଛନ୍ତି ଯେ ତାଙ୍କ ବିଭାଗକୁ ରାଜ୍ୟ ସରକାରଙ୍କ ଅନ୍ତର୍ଭୁକ୍ତ କରାଯାଉ ଏବଂ କର୍ମଚାରୀଙ୍କ ମାନ୍ୟତା ଦିଆଯାଉ । ଏହି ମାମାଲରେ ବମ୍ବେ ହାଇକୋର୍ଟ ପ୍ରଦର୍ଶନକାରୀଙ୍କୁ କହିଥିଲେ ଯେ ସେମାନେ ୨୨ ଏପ୍ରିଲ ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅନ୍ତୁ । ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ପରିବହନ ମନ୍ତ୍ରୀ ଅନିଲ ପରବ ମଧ୍ୟ ସବୁ ପ୍ରଦର୍ଶନକାରୀ ଆଶ୍ୱସନା ଦେଇଥିଲେ ଯେ ଯଦି ସେମାନେ ଡେଡଲାଇନ ପୂର୍ବରୁ କାର୍ଯ୍ୟରେ ଯୋଗଦେବେ ତାହାଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏହାରି ମଧ୍ୟରେ ପ୍ରଦର୍ଶନ କରୁଥିବା କର୍ମଚାରୀ ଶରଦ ପୱାରଙ୍କ ଘରକୁ ଘେରିବା ସହ ଶରଦ ପୱାର ଏବଂ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହି ସମୟରେ ଅନେକ କର୍ମଚାରୀ ଶରଦ ପୱାରଙ୍କ ଘର ଉପରକୁ ଚପଲ ଫିଙ୍ଗିଥିଲେ ।

ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ଅନୁଯାୟୀ ଧାରଣା ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ୧୨୦ ରୁ ଅଧିକ କର୍ମୀ ଆତ୍ମହତ୍ୟା କରିଛନ୍ତି । ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା ଯାହା ରାଜ୍ୟ ସରକାରଙ୍କ ପଲିସି କରିଛି । ଶରଦ ପୱାର ଏହି ମାମଲାରେ କିଛି କରିନଥିଲେ । ଟ୍ରାନ୍ସପୋର୍ଟ ବିଭାଗର ପ୍ରଦଶର୍ନକାରୀ କର୍ମଚାରୀ କହିଛନ୍ତି କୋର୍ଟଙ୍କ ରାୟଙ୍କୁ ସମ୍ମାନ କରୁଛୁ କିନ୍ତୁ ଆମେ ନିଜର ସମସ୍ୟା ରାଜ୍ୟ ସରକାରଙ୍କ ସାମ୍ନାକୁ ଆଣୁଛୁ । ନିର୍ବାଚିତ ହୋଇଥିବା ସରକାର ଆମ ପାଇଁ କିଛି କରୁନାହାଁନ୍ତି, ଶରଦ ପୱାର ଏଥିପାଇଁ ଦାୟୀ ।

Get real time updates directly on you device, subscribe now.