ନିର୍ମାତା ତଥା ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଚର୍ଚ୍ଚିତ ୱେବ ସିରିଜ୍ ‘ଆଶ୍ରମ’ର ସୁଟିଂ ସମୟରେ ଭୋପାଳରେ ହିନ୍ଦୁ ସଙ୍ଗଠନର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ବିକ୍ଷୋଭକାରୀମାନେ ପ୍ରକାଶ ଝାଙ୍କ ଉପରକୁ କାଳି ଫିଙ୍ଗିବା ସହିତ ତାଙ୍କ ସହ ଗାଳିଗୁଲଜ କରିଥିଲେ । ପୋଲିସର ଆଗମନ ପରେ ଏହି ଘଟଣାର ସମାଧାନ ହେବା ପରେ ଭିଡ଼କୁ ହଟାଇବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଏହି ଉତ୍ତେଜନା ପରେ ମଧ୍ୟ ପ୍ରକାଶ ଝାଙ୍କ ୟୁନିଟ୍ ପକ୍ଷରୁ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।
ରବିବାର ପ୍ରକାଶଙ୍କ ୟୁନିଟ ପୁରୁଣା ଜେଲ ପରିସରରେ ‘ଆଶ୍ରମ’ ଶୁଟିଂ କରୁଥିବା ସମୟରେ, ହିନ୍ଦୁ ସଂଗଠନର ନେତା ସୁଧୀର ଶିରୋଲ ଏବଂ ଚନ୍ଦ୍ରଶେଖର ତିୱାରୀ ସନ୍ଧ୍ୟାରେ ସେମାନଙ୍କ ସାଥୀଙ୍କ ସହ ପହଞ୍ଚିଥିଲେ । ତାଙ୍କ ସହିତ ଅନେକ ଲୋକ ମଧ୍ୟ ଥିଲେ । ଯେତେବେଳେ ଏହି ଲୋକମାନେ ପ୍ରକାଶ ଝାଙ୍କୁ ସୁଟିଂ ସ୍ଥାନରେ ଭେଟିବାକୁ କହିଥିଲେ, ସେତେବେଳେ ସେମାନଙ୍କର ପ୍ରତିନିଧିମାନଙ୍କୁ ଭିତରକୁ ନିଆଯାଇଥିଲା । ଭିତରେ ପହଞ୍ଚି ଝା’ଙ୍କ ସହ ସେମାନେ ତାଙ୍କୁ ବିରୋଧ କରିବା ସହ କାଳି ଫିଙ୍ଗିଥିଲେ । ତେବେ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ହଟାଇବାକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ପୋଲିସ ଅଧିକାରୀ ପ୍ରକାଶ ଝା’ ଏବଂ ତାଙ୍କୁ ଅଭିଯୋଗ ବିଷୟରେ ପଚାରିବାରୁ ସେ କିଛି ସମୟ ମାଗିଥିଲେ ।