କୋଭିଡ୍ ବଢ଼ୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଦେହ ଖରାପ ହେଲେ ସ୍କୁଲ ଆସିବେନି ଛାତ୍ରଛାତ୍ରୀ
ସ୍କୁଲ୍ ଖୋଲିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ ।
ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ 18ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।
ଏହାରି ଭିତରେ କୋଭିଡକୁ ନେଇ ଆଜି ମୁହଁ ଖୋଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୋଭିଡ ସଂକ୍ରମଣ ଭିତରେ ସ୍କୁଲ ଖୋଲିବାକୁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଶିକ୍ଷକମାନଙ୍କୁ ସତର୍କ କରାଯିବ- ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ, ସ୍କୁଲ୍ ଖୋଲିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସତର୍କ କରାଯିବ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । ସ୍କୁଲରେ ନିୟମ ମାନି ଚଳିବା ପାଇଁ କୁହାଯିବ ।
ଦେହ ଖରାପ ହେଲେ ସ୍କୁଲ ଆସିବେନି ପିଲା- ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଘରେ ରହିବେ ଛାତ୍ରଛାତ୍ରୀ । ଲକ୍ଷଣ ଦେଖାଗଲେ କିମ୍ବା ସ୍ବାସ୍ଥ୍ୟରେ ଅବନତି ହେଲେ ସ୍କୁଲ ଆସିବେ ନାହିଁ । ସ୍ବାସ୍ଥ୍ୟ ବିଭାଗର ଗାଇଡ୍ଲାଇନ୍ ବିଭାଗ ପାଳନ କରିବ ବୋଲି ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।