fbpx

ଟିକାକୁ ଭୟ: ଗଛ ଉପରେ ଚଢିଗଲା ଯୁବକ, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: କରୋନା ଏହାର ଆତଙ୍କ ମଚାଉଥିବା ବେଳେ ଟିକାକରଣକୁ ଏକ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ତେବେ ଏପରି ପରସ୍ଥିତିରେ ଟିକାକୁ ନେଇ କିଛି ଲୋକଙ୍କ ମନରେ ଏବେବି ଭୟ ରହିଛି । ଏମିତି ଏକ ମଜାଦାର ଘଟଣା ଘଟିଛି ପୁଡୁଚେରୀରେ । ଟିକା ନେବାକୁ ଭୟ କରି ଜଣେ ବ୍ୟକ୍ତି ଗଛ ଉପରକୁ ଚଢି ଯାଇଥିଲେ ।

ବର୍ତ୍ତମାନ ପୁଡୁଚେରୀରେ ପ୍ରଥମ ଡ୍ରାଇଭରେ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଡୋର ଟୁ ଡୋର କ୍ୟାମ୍ପେନ ଜରିଆରେ ଟିକା ଦିଆଯାଉଛି । ଘଟଣାଟି ଏମିତି କି, ତାମିଲନାଡୁର ୩୯ ବର୍ଷୀୟ ମୁଥୁଭେଲ କୋଭିଡ ଟିକା ନେବାକୁ ଭୟ କରୁଥିଲେ । ଭୟ ଏମିତି ଥିଲା କି ସେ ଗୋଟିଏ ଗଛ ଉପରକୁ ଚଢି ଯାଇଥିଲା । ଯିଏ ଯେତେ ବୁଝାଇଲେ ବି ମୁଥୁଭେଲ ବୁଝିନଥିଲେ । ସରକାରୀ ଅଫିସର ମାନେ ଯେତେ ବୁଝାଇଲେ ବି ମୁଥୁଭେଲ ତଳକୁ ଆସିନଥିଲେ । ସରକାରୀ ଅଫିସର ମାନେ ଫେରିଯିବା ଯାଏଁ ମୁଥୁ ଗଛ ଉପରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ଟିକା ନେଲେ ମଦ ପିଇ ହେବ ନାହିଁ ବୋଲି କୁହାଯାଇଥିବାରୁ ମୁଥୁଭେଲ ଏଭଳି ନିଷ୍ପତ୍ତି ନେଇଥିଲା । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.