fbpx

ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର: ପାର୍ବଣ ଋତୁରେ ଭିଡ଼ ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପ୍ରଥମ ଲହରରେ ଶିଶୁ ମାନେ ସଂକ୍ରମିତ ହେଉଥିଲେ ଏବେ ବି ହେଉଛନ୍ତି । ଯେହେତୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟୀକା ଦିଆଯାଇନି ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହୁଛି । ଟୀକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ କିନ୍ତୁ ସିଭିୟରିଟି ହେଉ ନାହାନ୍ତି ବୋଲି ସେ କହିଛନ୍ତି । ତଥାପି ଆମେ ଶିଶୁ ମାନଙ୍କ ଉପରେ ଏବେ ଅଧିକ ଧ୍ୟାନ ଦିଆଯାଉଛି । ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ । ୭ଶହ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଓଡ଼ିଶାରେ କୋରନାର ଥିକ ଟେଲ ସ୍ଥିତି ରହିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଭୁବନେଶ୍ୱରରେ ବି ଆଗ ଅପେକ୍ଷା କରୋନା ସଂକ୍ରମଣ କମିଛି ।

Get real time updates directly on you device, subscribe now.