fbpx

ପୂଜାରା-ରାହାଣେ ମାନିଲେ ଗାଙ୍ଗୁଲିଙ୍କ କଥା: ଏମିତି ନିଷ୍ପତ୍ତି ନେଲେ ଏହି ଦୁଇ ଖେଳାଳି

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଭେଟେରାନ ଖେଳାଳି ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯାହା ଫଳରେ ଏବେ ତାଙ୍କୁ ଦଳରୁ ବାହାର କରିବା ପାଇଁ ମଧ୍ୟ ଆଲୋଚନା କରାଯାଉଛି । ତେଣୁ ନିଜ ଫର୍ମ ଫେରାଇ ଦଳରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଏହି ଉଭୟ ଖେଳାଳି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପଦେଶ ଅନୁସାରେ ଉଭୟ ଖେଳାଳି ରଣଜୀ ଖେଳିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

Pujara-Rahane का फ्लॉप शो कबतक? अब आई टेस्ट करियर बचाने की नौबत -  Cheteshwar pujara ajinkya rahane flop show india vs south Africa test match  tspo - AajTak

ଗତ ବର୍ଷେ ହେବ ଖରାପ ଫର୍ମ ସହିତ ଯୁଦ୍ଧ କରୁଛନ୍ତି ଭାରତର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେ । ତେଣୁ ଉଭୟଙ୍କର ପୁରୁଣା ସେ ଫର୍ମକୁ ପୁଣି ଥରେ ଫେରାଇବା ପାଇଁ ତାଙ୍କୁ ରଣଜୀ ଖେଳିବା ପାଇଁ ଉପଦେଶ ଦେଇଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଯେଉଁଥିରେ ସୌରାଷ୍ଟ୍ର ତରଫରୁ ଖେଳୁତିବାର ନଜର ଆସିବେ ଟେଷ୍ଟ ସ୍ପେ।।ଲିଷ୍ଟ ଚେତେଶ୍ୱର ପୂଜାରା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ମଧ୍ୟକ୍ରମର ଏହି ଦୁଇ ଖେଳାଳିଙ୍କ ଉପରେ ଦଳ ଖୁବ ଭରଷା ଦେଖାଇଥିଲା । କିନ୍ତୁ ଖରାଫ ଫର୍ମ ପାଇଁ ଉଭୟଙ୍କ ବ୍ୟାଟରୁ ସେମିତି କିଛି ରନ ବାହାରି ପାରି ନଥିଲା ।ତେଣୁ ଦୁହିଁଙ୍କ ସ୍ଥାନକୁ ନେଇ ହୋଇଥିଲା ଖୁବ ଆଲୋଚନା । ତେଣୁ ସେ ରଣଜୀ ଖେଳି ନିଜ ଫର୍ମକୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାହାଣେ ମଧ୍ୟ ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ରଣଜୀ ଖେଳିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

Get real time updates directly on you device, subscribe now.