fbpx

‘ପୁଲୱାମା ଆକ୍ରମଣର ପୁନରାବୃତ୍ତି’: ପୁଞ୍ଚ୍ ଆକ୍ରମଣକୁ ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଶିବ ସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ପୁଞ୍ଚ୍ ଆକ୍ରମଣ ଘଟଣାକୁ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାର ଜଙ୍ଗଲଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ସେନାର ୪ ଜଣ ଯବାନ ସହିଦ ହେବା ସହ ଅନ୍ୟ ୩ ଜଣ ଆହତ ହେବାର ଗୋଟିଏ ଦିନ ପରେ ଶୁକ୍ରବାର ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସଞ୍ଜୟ ରାଉତଙ୍କ ବୟାନ ଆସିଛି। ଗୁରୁବାର ଅପରାହ୍ନରେ ଏହି ଅଞ୍ଚଳରେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଆକାଶମାର୍ଗରୁ ଯୋରଦାର ଖୋଜାଖୋଜି କରାଯାଉଛି।

ଏପରିକି ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି।  ପୁଞ୍ଚ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ରଖି ସଞ୍ଜୟ ରାଉତ କହିଛନ୍ତି, “ଗତକାଲି ପୁଞ୍ଚ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଲୱାମା ଆକ୍ରମଣର ପୁନରାବୃତ୍ତି। ସରକାର ଶୋଇଛନ୍ତି। ଯବାନଙ୍କ ବଳିଦାନକୁ ନେଇ ଆପଣ (ବିଜେପି) ପୁଣି ରାଜନୀତି କରିବାକୁ ଚାହୁଁଛନ୍ତି କି? ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ୨୦୧୯ ଭଳି ୨୦୨୪ରେ ପୁଣି ଥରେ ଭୋଟ୍ ମାଗିବାକୁ ଚାହୁଁଛନ୍ତି କି? ପୁଞ୍ଚ୍ ଘଟଣା କୁ ନେଇ ଯଦି ଆମେ ପ୍ରଶ୍ନ ପଚାରିବୁ, ତେବେ ସେମାନେ ଆମକୁ ଦିଲ୍ଲୀ କିମ୍ବା ଦେଶରୁ ବାହାର କରିଦେବେ। ଗତ ଦୁଇ ମାସ ମଧ୍ୟରେ ଦେଖନ୍ତୁ କେତେ ସୈନିକ ସହିଦ ହୋଇଛନ୍ତି। ସେମାନେ ସଂସଦ ଚାଲିବାକୁ ଦିଅନ୍ତି ନାହିଁ। ଯେତେବେଳେ ଆମେ ସଂସଦର ଅନୁପ୍ରବେଶ ଉପରେ ପ୍ରଶ୍ନ ଉଠାଇଥିଲୁ, ସେମାନେ ଆମକୁ ସଂସଦରୁ ହଟାଇ ଦେଇଥିଲେ। ”

 

 

Get real time updates directly on you device, subscribe now.