fbpx
BSKY SKY
BSKY SKY

ବଡ଼ ଘୋଷଣା: ମହିଳାଙ୍କୁ ବସରେ ନ ଉଠାଇଲେ ଦିଆଯିବ ଦଣ୍ଡ, ରହିବନି ବାଛ ବିଚାର

BSKY

ଭୁବନେଶ୍ୱର: ବସରେ ପ୍ରଥମେ ମହିଳା ପାସେଞ୍ଜରଙ୍କୁ ନ ଉଠାଇବା ମାମଲାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ବସରେ ପୁରୁଷ କିମ୍ବା ମହିଳା ଯାତ୍ରୀଙ୍କ ମଧ୍ୟରେ ରହିବନି କୌଣସି ବାଛବିଚାର । କେହି ନିୟମକୁ ଭାଙ୍ଗିଲେ ବା ଉଲ୍ଲଙ୍ଘନ କଲେ ଏହା ବିରୋଧରେ ଶକ୍ତ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ । ଏ ନେଇ ଏସଟିଏ ସଚିବ ସମସ୍ତ ଆରଟିଓମାନଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି ।

ମହିଳା ପାସେଞ୍ଜରଙ୍କୁ ପ୍ରଥମେ ବସରେ ଉଠାଇବା ପାଇଁ ବାରଣ କଲେ ମିଳିବ ବଡ଼ ଦଣ୍ଡ । ଅନ୍ଧବିଶ୍ୱାସ ଯୋଗୁଁ ମହିଳାଭ୍କୁ ବାରଣ କରିଥିଲେ, ସେମାନଙ୍କର ଇ-ଚାଲାଣ କଟାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବସ୍ ମାଲିକଙ୍କ ବିରୋଧରେ ଚାଲାଣ କଟାଯାଇ ତାଙ୍କୁ ଏହାର ଦଣ୍ଡ ଦିଆଯିବ ବୋଲି ଘୋଷଣା ହୋଇଛି । ଏ ନେଇ ଏସଟିଏ ସଚିବ ସମସ୍ତ ଆରଟିଓମାନଙ୍କୁ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଏଭଳି ଘଟଣା କମ୍ କରିବା ପାଇଁ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଟିଏ ସଚିବ ।

Get real time updates directly on you device, subscribe now.