fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି

AAKASH

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ପେଟରେ ଯନ୍ତ୍ରଣା ହେବାରୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହେଉଥିଲା, ଯେଉଁ କାରଣରୁ ସମସ୍ତ ଯାଞ୍ଚ କରାଯାଉଛି । ଯାଞ୍ଚରୁ ଜଣାପଡିଛି କି, ତାଙ୍କ ପେଟରେ ଇନଫେକ୍ସନ ହୋଇଛି । ଏହାକୁ ନେଇ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି ।

ସୂଚନାଯୋଗ୍ୟ, ବୁଧବାର ଦିନ ଅମୃତସର ଅନ୍ତର୍ଗତ ଭାଙ୍କା ଗ୍ରାମରେ ପଞ୍ଜାବ ପୁଲିସ ସହ ଗୁଳି ବିନିମୟ କରି ଗ୍ୟାଙ୍ଗ୍‌ଷ୍ଟର୍‌ ଜଗରୂପ ସିଂହ ରୂପା ଏବଂ ମନପ୍ରୀତ୍‌ ସିଂହ ଓରଫ ମନ୍ନୁ କୁସା ନିହତ ହୋଇଥିଲେ। ସେମାନେ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ। ପ୍ରାୟ ୫ ଘଣ୍ଟାକାଳ ଗୁଳି ବିନିମୟ କରିବା ପରେ ପୁଲିସ ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ନିପାତ କରିଥିଲେ।

ଜାରି ହୋଇଥିବା ବିବୃତିରେ ମାନ୍‌ କହିଥିଲେ, ଆମ୍‌ ଆଦମି ପାର୍ଟି ନେତୃତ୍ବାଧୀନ ପଞ୍ଜାବ ସରକାର ରାଜ୍ୟରେ ଥିବା ଗ୍ୟାଙ୍ଗଷ୍ଟର୍‌ ଏବଂ ଅସାମାଜିକ ତତ୍ତ୍ବଙ୍କ ବିରୋଧରେ ନିର୍ଣ୍ଣାୟକ ସଂଗ୍ରାମ ଆରମ୍ଭ କରିଛନ୍ତି। ଜୁଲାଇ ୭ ତାରିଖ ଦିନ ମାନ ପାରମ୍ପରିକ ଶିଖ୍ ବିବାହ ଅନୁଷ୍ଠାନ ‘ଆନନ୍ଦ କରଜ’ ଅନୁସାରେ, ଡାକ୍ତର ଗୁରପ୍ରୀତ୍‌ କୌରଙ୍କୁ ବିବାହ କରିଥିଲେ।

Get real time updates directly on you device, subscribe now.