fbpx

ଆଇପିଏଲ ୨୦୨୪: ଶେଷ ଓଭରରେ ଜିତିଲା ପଞ୍ଜାବ, ସଂଘର୍ଷ କରି ହାରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ଅଧିନାୟକ ଶିଖର ଧାବନ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶାଇ ହୋପ ସର୍ବାଧିକ ୩୩ ରନ୍ ସଂଗ୍ରହ କରିଥିବା ବେଳେ ଅଭିଷେକ ପୋରେଲ ୩୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ଓ ହର୍ଶଲ ପଟେଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ପଞ୍ଜାବ ୬ ୱିକେଟ ହରାଇ ୧୯.୨ ଓଭରରେ ୧୭୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସାମ କରନ ସର୍ବାଧିକ ୬୩ ରନ୍ ସଂଗ୍ରହ କରିଥିଲେ । ଲିଆମ ଲିଭିଂଷ୍ଟୋନ ୩୮ ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସାମ ଓ ଲିଭିଂଷ୍ଟୋନଙ୍କ ଆକର୍ଷଣୀୟ ଇନିଂସ ପାଇଁ ହିଁ ପଞ୍ଜାବ ଏହି ମ୍ୟାଚରେ ବିଜୟୀ ହୋଇ ପାରିଥିଲା । ଦିଲ୍ଲୀ ପକ୍ଷରୁ ଖାଲିଲ ଅହମଦ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୪ଟି ବଲ ବାକି ଥାଇ ପଞ୍ଜାବ ବିଜୟ ହାସଲ କରିନେଇଥିଲା । ମ୍ୟାଚ ଶେଷ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.