fbpx

ସୁନିତା କେଜ୍ରିୱାଲଙ୍କୁ ଫୋନ୍ କଲେ ହେମନ୍ତ ସୋରେନଙ୍କ ପତ୍ନୀ; କହିଲେ ପୁରା ମାମଲା

ନୂଆଦିଲ୍ଲୀ: ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ସମବେଦନା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କଳ୍ପନା ସୋରେନ ତାଙ୍କ ସ୍ୱାମୀ ହେମନ୍ତ ସୋରେନ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଏହି ଗିରଫଦାରୀ ସତ୍ତ୍ୱେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ କହିଛନ୍ତି।

ସେ ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ କଥା ହୋଇ ତାଙ୍କୁ ସାହସ ଦେବାକୁ ଚେଷ୍ଟା କରିଥିଲେ। ଜଣେ ସାଥୀ ହିସାବରେ ମୁଁ ସେମାନଙ୍କ ସମସ୍ୟା ବୁଝିପାରିବି। ଲୋକପ୍ରିୟ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ବେଆଇନ ଭାବେ ଗିରଫ କରାଯିବା ଏବଂ ତାହା ମଧ୍ୟ ଦେଶରେ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ।

ଗଣତାନ୍ତ୍ରିକ ଦେଶ ପାଇଁ ଏହା କୌଣସି ସାଧାରଣ ଘଟଣା ନୁହେଁ। କଳ୍ପନା ସୋରେନ ଲେଖିଛନ୍ତି ଯେ ଏହି ସଙ୍କଟ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ସମଗ୍ର ଝାଡ଼ଖଣ୍ଡ କେଜ୍ରିୱାଲଜୀଙ୍କ ସହ ଛିଡ଼ା ହୋଇଛି।

Get real time updates directly on you device, subscribe now.