fbpx

ହୋଲିକା ଦହନ ଦିନ କରନ୍ତୁ ନାହିଁ ଏହି ଭୁଲ, ଜୀବନରେ ଦେଖାଦେଇଥାଏ ସମସ୍ୟା

ଓଡ଼ିଶା ଭାସ୍କର: ହିନ୍ଦୁ ମାନ୍ୟତା ଅନୁଯାୟୀ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ ପୂଜା କରାଯିବାର ପରମ୍ପରା ରହିଛି । ଏହି ଦିନକୁ ମନ୍ଦ କାର୍ଯ୍ୟ/ ଉଦ୍ଦେଶ୍ୟ ଉପରେ ବିଜୟର ପ୍ରତିକ ଭାବେ ବିବେଚିତ କରାଯାଇଛି । ହୋଲି ପୂର୍ବରୁ ହୋଲିକା ଦହନର ବିଶେଷ ଗୁରୁତ୍ୱ ରହିଛି । ଏହି ଦିନ ବିଶେଷ ପୂଜାର୍ଚ୍ଚନା ଦ୍ୱାରା ଜୀବନରେ ଦେଖାଯାଉଥିବା ସମସ୍ତ ସଂକଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଚାରି ଛକ ନିକଟରେ ହେଉଥିବା ହୋଲିକା ଦହନର ଦର୍ଶନ କରିବା କିଛି ଲୋକଙ୍କ ପାଇଁ ବର୍ଜନୀୟ ଅଟେ । ଅଧିକାଂଶ ଲୋକମାନେ ଏ ବିଷୟରେ ଜାଣି ନଥାନ୍ତି । ପରିମାଣ ସ୍ୱରୂପ ସେମାନଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ ଭୁଲ କରିବା ନାହିଁ ।

୧. ଗର୍ଭବତୀ ମହିଳାଙ୍କୁ ସାବଧାନ ରହିବା ଉଚିତ: ହୋଲିକା ଦହନ ଦିନ ବିଶେଷ କରି ହୋଲିକ ଦହନ ଦିନ ବାହାରକୁ ବାହାରିବା ଉଚିତ ନୁହେଁ । ଏହା ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ ।

୨. ବାହାରେ ଭ୍ରମଣ କରନ୍ତୁ ନାହିଁ: ଅଧିକାଂଶ ଲୋକମାନେ ହୋଲିକା ଦହନ ଦିନ ପରିବାର ସହ ବାହାରେ ଭ୍ରମଣ କରିଥାନ୍ତି । ଏହି ସମୟରେ ଚାରି ଛକ ଦେଇ ଯାଉଥିଲେ ସତର୍କତା ଅବଲମ୍ବନ କରନ୍ତୁ । କାରଣ ଅନେକ ଲୋକମାନେ ଜୀବନରେ ଦେଖାଯାଉଥିବା ସଂକଟକୁ ଦୂରେଇବା ଚାରିଛକ ନିକଟରେ ଲେମ୍ବୁ ଓ ଲଙ୍କା ବ୍ୟବହାର କରି କଳା ଜାଦୁ କରିଥାନ୍ତି । ଏହାକୁ ଭୁଲରେ ବି ଅତିକ୍ରମ କରିବା ଉଚିତ ନୁହେଁ ।

୩. ଗୋଟିଏ ସନ୍ତାନ ଥିବା ପରିବାର: ଯେଉଁ ପରିବାରରେ ଗୋଟିଏ ସନ୍ତାନ ଅଛନ୍ତି ସେମାନଙ୍କୁ ହୋଲିକା ଦହନ ଦେଖିବା ଠାରୁ ଦୂରେଇ ରହିବା ଉଚିତ । ଏହା ସହ ହୋଲିକ ଦହନର ପୂଜାର୍ଚ୍ଚନା ମରିବା ସେମାନଙ୍କ ପାଇଁ ଅଶୁଭ ଅଟେ ବୋଲି ବିଶ୍ୱାସ ରହିଛି । ପରିବାରର କେବଳ ବୟସ୍କ ସଦସ୍ୟ ହିଁ ହୋଲିକା ଦହନର ପୂଜା କରିପାରିବେ ।

୪. ଛୋଟ ପିଲାମାନଙ୍କୁ ଦୂରେଇ ରଖନ୍ତୁ: ହୋଲିକ ଦହନ ଦିନ ନକାରରାତ୍ମକ ଶକ୍ତି ସକ୍ରିୟ ହୋଇଥାଏ । ତେଣୁ ଛୋଟ ପିଲାମାନଙ୍କୁ ବିଶେଷ କରି ନବଜାତ ଶିଶୁଙ୍କୁ ହୋଲିକା ଦହନ ସ୍ଥାନକୁ ନିଅନ୍ତୁ ନାହିଁ ।

୫. ଶାଶୁ- ବୋହୂ ଏକାଠି ଯାଆନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶାଶୁ- ବୋହୂଙ୍କୁ ଏକାଠି ହୋଲିକା ଦହନ ସ୍ଥାନକୁ ଯିବା ବର୍ଜନୀୟ । ଏଭଳି କଲେ ଦୁହିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 

 

Get real time updates directly on you device, subscribe now.