fbpx
BSKY
BJD YOUTH SKY
BJD MS SKY

ପେଶାରେ ଶିକ୍ଷକ ନିଶାରେ ଗଞ୍ଜେଇ ବେପାର; ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶିକ୍ଷକଙ୍କ ଗଞ୍ଜେଇ କାରବାର । ଭୁବନେଶ୍ୱରର ଇସନେଶ୍ଵର୍ ବସ୍ତିରେ ଗଞ୍ଜେଇ ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍ । ଚନ୍ଦ୍ରଶେଖର ପୁରରେ ଇସନେଶ୍ୱର ବସ୍ତିରୁ ୧୫ କେଜି ଗ୍ରାମ ଓଜନର ଗଞ୍ଜେଇ ଜବତ୍ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ୍ । ଦୁଇ ଅଭିଯୁକ୍ତ ସକାଳୁ ୯ ସମୟ ରେ ଇସନେଶ୍ୱର୍ ବସ୍ତି ବନେଶ୍ୱର୍ ପ୍ରଧାନ ନାମକ ବ୍ୟକ୍ତି ଗଞ୍ଜେଇ ରଖି ବେପାର କରୁଥିବାର ଖବର ପାଇଥିଲା ପୋଲିସ୍ ।

ପୋଲିସ୍ ଚଢାଉ ବେଳେ ଗଣେଶ ମଲ୍ଲିକ ଏବଂ ତାଙ୍କ ଭାଇ ବନେଶ୍ୱର୍ ପ୍ରଧାନ ଗଞ୍ଜେଇ ଧରି ବାହାରୁ ଥିବାର ଦେଖି ପୋଲିସ୍ ମାଡ଼ି ବସି ଥିଲା । ଦୁଇଟି ମୋବାଇଲ ଫୋନ୍ , ୪୦୦ ଟଙ୍କା ଜବତ୍ ହୋଇଚି । ପୂର୍ବରୁ ବନେଶ୍ୱର ପ୍ରଧାନ ଏକ ସ୍କୁଲର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲା । ପୂର୍ବରୁ ୨୦୦୧ ମସିହାରେ କନ୍ଧମାଳର ଗରଡିମାହା ସ୍କୁଲରେ ଚାକିରି କରୁଥିଲା ଅଭିଯୁକ୍ତ । ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲା ମୁଖ୍ୟ ଅଭିଯୁକ୍ତ ।

Get real time updates directly on you device, subscribe now.