fbpx

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା, ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ହଟାଇଥିଲେ ତାଙ୍କର ସୁରକ୍ଷା

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ରାଜ୍ୟର ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ଉକ୍ତ ଭିଆଇପିଙ୍କ ମଧ୍ୟରେ ରହିଥିଲେ ରାଜ୍ୟର ଜଣେ ବିଶିଷ୍ଟ ଗାୟକ ସିଦ୍ଧୁ ମୁସେୱାଲା । ଆଜି ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ମନସାର ଜବାହରକେ ଗ୍ରାମ ନିକଟରେ ତାଙ୍କ ଉପରୁ ଫାୟାରିଂ କରାଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଜଣାପଡ଼ିଛି ଯେ, ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କଠାରୁ ଧମକ ମିଳିଥିଲା । ଏହାପରେ ମଧ୍ୟ ଆମ୍ ଆଦମୀ ପାର୍ଟି (ଆପ) ସରକାର ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ କରି ରାଜ୍ୟର ଅନେକ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମୁସେୱାଲା କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । ମୁସେୱାଲା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପର ବିଜୟ ସିଙ୍ଗଲାଙ୍କଠାରୁ ପରାସ୍ତ ହୋଇଥିଲେ ।

୧୯୯୩ ମସିହା ଜୁନ ମାସ ୧୭ ତାରିଖରେ ଜନ୍ମିତ ମୁସେୱାଲା ମନସା ଜିଲ୍ଲାର ମୂସା ୱାଲା ଗ୍ରାମରେ ରହୁଥିଲେ । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଙ୍ଗ ରହିଥିବା ବେଳେ ତାଙ୍କର ମାଆ ଗ୍ରାମର ସରପଞ୍ଚ ଥିଲେ । ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ନିଜର କଲେଜ ଜୀବନରୁ ସେ ମ୍ୟୁଜିକ ଶିକ୍ଷା ଗ୍ରହର କରିଥିଲେ ଓ କାନାଡ଼ା ଚାଲିଯାଇଥିଲେ ।

Get real time updates directly on you device, subscribe now.