fbpx

ରାଜ୍ୟ ସରକାରଙ୍କୁ ପୁରନ୍ଦେଶ୍ୱରୀଙ୍କ ଟାର୍ଗେଟ

କଟକ,୭ ।୧(ଓଡିଶା ଭାସ୍କର): ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାରେ ମୃତ କୁଳମଣିଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ । ପରିବାରକୁ ଭେଟିବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିନଳୀରେ ବିଜେପି ପ୍ରଭାରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ‘ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ ହତ୍ୟା କରାଗଲା । କୁଳମଣି ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଗଲା । ଏଫଆରଆରରେ ମନ୍ତ୍ରୀଙ୍କ ନାଁ ଥିଲେ ବି କାହିଁକି ଗିରଫ କରାଯାଇନି । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏସବୁ ଉପରେ ନଜର ଦିଅନ୍ତୁ । ରାଜ୍ୟରେ ମହିଳା ଅତ୍ୟାଚାର ଓ ଶିଶୁ ନିର୍ଯ୍ୟାତନା ବଢିଛି ।’ ଏହା ସହ ‘ପରୀ’ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ।

Get real time updates directly on you device, subscribe now.