ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର, ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ
ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ।
ପୁରୀ: ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ ।
ବିଦେଶୀ ପକ୍ଷୀ ଓ ଅଲିଭ ରିଡଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ତେବେ 13 ହଜାର ଗଛ କାଟିବାକୁ ନେଇ ଆପତ୍ତି ଉଠାଇଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ।
ମେ 5ରେ ବିମାନବନ୍ଦର ପାଇଁ ମିଳିଥିଲା ଅନୁମୋଦନ । ବେସାମରିକ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା । 471 ହେକ୍ଟର ଜମିରେ ବିମାନବନ୍ଦର ହୋଇଥାନ୍ତା । କିନ୍ତୁ ସେଥିରୁ ପ୍ରାୟ 28 ଏକର ଜଙ୍ଗଲ ଜମି ରହିଛି ।