fbpx

ପୁରୀ ହାଜତ ମୃତ୍ୟୁ ଘଟଣା: ବଦଳିଲେ ବାସେଳି ସାହି ଆଇଆଇସି

Advertisement

ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ୬ ଜଣ ପୋଲିସ ଅଫିସରଙ୍କୁ ବଦଳି କରାଯାଇଥିବା ଜଣାଯାଇଛି । ବାସେଳିସାହି ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ପୁରୀ ଏସପି । ହାଜତ ମୃତ୍ୟୁ ଘଟଣା ପରେ ଜୀବନାନନ୍ଦ ଚର୍ଚ୍ଚାରେ ରହିଥିଲେ । ତେବେ ସଞ୍ଜୀବ ପ୍ରଧାନଙ୍କୁ ବାସେଳିସାହିର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । କୁମ୍ଭାରପଡ଼ା ଆଇଆଇସି କୁଳମଣି ସେଠିଙ୍କୁ ବଳିଆପଣ୍ଡା ଥାନାକୁ, ବଳିଆପଣ୍ଡା ଥାନାଧିକାରୀ ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ଥାନାକୁ, ସମୁଦ୍ରକୂଳ ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କୁ କୁମ୍ଭାରପଡ଼ା ଥାନାକୁ ବଦଳି କରାଯାଇଛି । କୁମ୍ଭାରପଡ଼ା ଏସଆଇ ସମରେନ୍ଦ୍ର ପାଇକରାୟଙ୍କୁ ବଳଙ୍ଗା ଥାନାକୁ ଓଆଇସି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.