fbpx

Video; ବିକ୍ରି ହେଲାଣି ପୁରୀ ବେଳାଭୂମି; ଆଗକୁ ବିକ୍ରିହେବ କି ସମୁଦ୍ର ଓ ଭୂତଳ!

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ସମୁଦ୍ର ବେଳାଭୂମିକୁ ବି ଛାଡିଲେନି ଜମି ମାଫିଆ।‌ ସମସ୍ତ ନିୟମକାନୁନକୁ ଉଲ୍ଲଂଘନ କରି ବେଳାଭୂମିକୁ ପ୍ଲଟିଂ କରି ବିକ୍ରି କରିବା ପାଇଁ କରିଛନ୍ତି ଯୋଜନା। ବେଳାଭୂମିକୁ ପ୍ଲଟିଂ କରି ଖୁଣ୍ଟି ପୋତା ସରିଥିବା ବେଳେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଭଳି ବେନିୟମ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ସେପଟେ ବେଳାଭୂମିକୁ ଜବରଦଖଲ କରି ଏଭଳି ବେଆଇନ୍ ପ୍ଲଟିଂ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତଦନ୍ତ କରାଯାଇ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସମୁଦ୍ର ବେଳାଭୂମିରେ ଖୁଣ୍ଟି ପୋତାଯାଇ କରାଯାଇଛି ଏକାଧିକ ପ୍ଲଟିଂ। ରାଜ୍ୟ ବାହାରର ବ୍ୟକ୍ତି ଙ୍କୁ ବିକ୍ରି କରିବା ପାଇଁ କରାଯାଇଛି ଏହି ଯୋଜନା। ପୁରୀ ଷ୍ଟର୍ଲିନ୍ ଛକ ନିକଟରେ ଥିବା ବେଳାଭୂମିରେ ହୋଇଛି ଏଭଳି ଖୁଲମଖୁଲା ବେନିୟମ କାର‌୍ୟ୍ୟ। ସମସ୍ତ ନିୟମ କାନୁନ କୁ ଉଲ୍ଲଂଘନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ କୁ ବେଖାତିର କରି ଜମି ମାଫିଆ ମାନେ ଏଭଳି କାର‌୍ୟ୍ୟ କରିଛନ୍ତି।

ସମୁଦ୍ର ବେଳାଭୂମିକୁ ପ୍ଲଟିଂ କରି ଜମି ମାଫିଆ ମାନେ ଜମି ବିକ୍ରୀ କରିବା ପାଇଁ ମସୁଧା କରିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ। ଯାହାକି ବୁଦ୍ଧିଜୀବୀ ଙ୍କୁ ଏହା ବିସ୍ମିତ କରିଛି। ସିଆରଜେଡ୍ ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରି ଜମି ମାଫିଆ ମାନେ ସମୁଦ୍ର ବେଳାଭୂମିକୁ ବିକ୍ରୀ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ବୁଦ୍ଧିଜୀବୀ। ତୁରନ୍ତ ଘଟଣାର ତଦନ୍ତ କରାଯାଇ ବେଳାଭୂମିକୁ ବିକ୍ରୀ କରିବା ପଛରେ ହାତ ଥିବା ଜମି ମାଫିଆ ଏବଂ ଦୁର୍ନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ।

Get real time updates directly on you device, subscribe now.