fbpx

ଆସିଲା ବଡ ସୂଚନା,ଶ୍ରୀମନ୍ଦିର ଭିତରକୁ କେବଳ ଏହି ଫୋନ ନେବାକୁ ମିଳିଲା ଅନୁମତି

ପୁରୀ :ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଛତିଶାନିଯୋଗ ବୈଠକ ଡାକିଥିଲେ । ଯେଉଁଥିରେ ଆସନ୍ତା ୧୬ ତାରିଖରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ନୀତି କାନ୍ତି ବିଷୟରେ ଆଲୋଚନା ହେବା ସହ ଶ୍ରୀମନ୍ଦିର ଭିତରୁ ସ୍ମାର୍ଟ ଫୋନ ମନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର ଭିତରକୁ ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ଫୋନ ବାରଣ ଥିବା ବେଳେ ପ୍ରାଧୀକୃତ ଅଧିକାରୀ  ସେବାୟତ ମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନଥିଲା । କିନ୍ତୁ ଏବେ ଏହା ଉପରେ ରୋକ ଲଗାଯାଇଛି ।ଫଳରେ କେବଳ କି-ପ୍ୟାଡ ଫୋନ ଭିତରକୁ ନେଇ ପାରିବେ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି ।ନୀତି ସମ୍ପର୍କରେ ସୂଚନାଳ ପାଇଁ କେବଳ କମାଣ୍ଡ ଫୋନ କୁ ଅନୁମତି ମିଳିଛି ।

Get real time updates directly on you device, subscribe now.