fbpx

ପୁରୀ-ହାୱଡ଼ା ଏକ୍ସପ୍ରେସ୍ ୩ ବଗି ଲାଇନ୍‌ଚ୍ୟୁତ

Advertisement

ପୁରୀ: ପୁରୀ-ହାୱଡ଼ା ଏକ୍ସପ୍ରେସ୍ ବଗି ଲାଇନ୍‌ଚ୍ୟୁତ। ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ତିନୋଟି ବଗି ଲାଇନ୍‌ଚ୍ୟୁତ ଯୋଗୁଁ ପୁରୀ-ହାୱଡ଼ା ଯାତ୍ରା ବିଳମ୍ବ ହୋଇଛି। ସୂଚନା ଅନୁସାରେ ଲାଇନଚ୍ୟୁତ ହୋଇଥିବା ୩ଟି ବଗି ଖାଲି ଥିଲା, ସେଥିରେ କୌଣସି ଯାତ୍ରୀ ନଥିଲେ। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।

Get real time updates directly on you device, subscribe now.