fbpx

ପୁରୀ ମଙ୍ଗୁ ମଠରେ ଉଚ୍ଛେଦ ଆରମ୍ଭ

Advertisement

ପୁରୀ,୯ ।୧୨(ଓଡିଶା ଭାସ୍କର): ପୁରୀ ଜିଲ୍ଲାର ମଙ୍ଗୁ ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି । ଦ୍ୱିତୀୟ ଦିନରେ ବୁଲଡୋଜର ଦ୍ୱାରା ମଙ୍ଗୁ ମଠରେ ଥିବା ଲଜ୍ ଓ ଅନ୍ୟାନ୍ୟ ଘର ଭଙ୍ଗାଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ସେଠାରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏମାର ମଠ ପଟୁ ପ୍ରଥମେ ଆରମ୍ଭ ହୋଇଛି ବ୍ୟବସାୟିକ ଉଚ୍ଛେଦ ପ୍ରତିଷ୍ଠାନ । ଦେଳମଣ୍ଡପ ସାହି ଛକରୁ କାକୁଡିଖାଇ ଛକ ଯାଏ ରାସ୍ତାକୁ ସିଲ କରାଯାଇଛି ।

Get real time updates directly on you device, subscribe now.