fbpx

୧୬ରୁ ହେବ ଜଗାଦର୍ଶନ, ଜାଣନ୍ତୁ କ’ଣ ରହିଛି କଟକଣା

ପୁରୀ: ଆସନ୍ତା ୧୬ ତାରିଖରୁ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୂରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ୨୧,୨୨ ତାରିଖ ସଟଡାଉନ ଥିବାରୁ ଭକ୍ତଙ୍କୁ ମନ୍ଦିର ମନା । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଦର୍ଶନ ପାଇଁ ଡବଲ ଡୋଜ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ଜରୁରୀ । ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଜରୁରୀ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ମିଳିବ ପ୍ରବେଶ ଅନୁମତି । ସପ୍ତାହାନ୍ତ ସଟଡାଉନ, ଜନ୍ମାଷ୍ଟମୀ ଦି ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ସୂଚନାଯୋଗ୍ୟ, କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଶ୍ରୀ ମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଚଳିତ ବର୍ଷ ମଧ୍ୟ ଭକ୍ତ ଶୂନ୍ୟ ରଥାଯାତ୍ରା ହୋଇଥିଲା । ତେବେ ରାଜ୍ୟରେ କୋଭିଡ ମାମଲାରେ ହ୍ରାସ ପରେ ଏହି ନିଷ୍ପତ୍ତି ନେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ ।

Get real time updates directly on you device, subscribe now.