fbpx

ବଡ଼ ଖବର: ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଆସନ୍ତା ମାସ ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ଶ୍ର୍ରୀମନ୍ଦିର । ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୧ରୁ ଖୋଲିବ ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି ।

ପୂର୍ବପରି ପ୍ରତି ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ପ୍ରବେଶ କରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିପାରିବେ ପୁରୀ ସହରବାସୀ ।

Get real time updates directly on you device, subscribe now.