fbpx

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନଭଣ୍ଡାର ମରାମତି ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଆଜି ବସିବ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ୩ ସପ୍ତାହ ବିତିଗଲାଣି । କିନ୍ତୁ ଏଯାଏ ରତ୍ନଭଣ୍ଡାରର ଯାଞ୍ଚ କିମ୍ବା ମରାମତି କାର୍ଯ୍ୟ ଆଗେଇ ପାରିନାହିଁ । ଏଥିସହ ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତଧନର ରହସ୍ୟ ମଧ୍ୟ ଖୋଲି ନାହିଁ । ଏହି ପରିଚାଳନା କମିଟିର ଏହା ହେଉଛି ଶେଷ ବୈଠକ ।

ତେଣୁ ଏହି ବୈଠକରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ମୋହର ବାଜିବା ନେଇ ଆଶା ରହିଛି । ଏଥିସହ ସୁଡ଼ଙ୍ଗକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହ ମଧ୍ୟ ଦୂର କରିବା ପାଇଁ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ । ତେବେ ଦେଖିବାକୁ ବାକି ରହିଲା ଦେଖନ୍ତୁ ବୈଠକରେ କ’ଣ ଆଲୋଚନା ହେଉଛି ।

Get real time updates directly on you device, subscribe now.