ଭୁବନେଶ୍ୱର: ପୁଣିଥରେ ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ଦୃଶ୍ୟ। ଯାହା ମନ୍ଦିର ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାରେ ପକାଇଛି। ମନ୍ଦିର ପରିସରରେ ରେକର୍ଡ ହୋଇଥିବା ଭାଇରାଲ୍ ଦୃଶ୍ୟଗୁଡ଼ିକ ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ କଡ଼ା କଟକଣା ସତ୍ତ୍ୱେ କିପରି ଏପରି ରେକର୍ଡିଂ କରାଯାଇଥିଲା ସେ ବିଷୟରେ ପ୍ରଶ୍ନ ଉଠାଇଛି।
ରିପୋର୍ଟ ଅନୁଯାୟୀ, ଜଣେ ଯୁବତୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫୁଟେଜରେ ନୃସିଂହ ମନ୍ଦିର ନିକଟ ମନ୍ଦିରର ପଶ୍ଚିମ ଦ୍ୱାରର ଦୃଶ୍ୟ, ପୁରୀ ରେଳ ଷ୍ଟେସନ ଏବଂ ସଂଲଗ୍ନ ବେଳାଭୂମି ଭଳି ସ୍ଥାନ ରହିଛି। ଭାଇରାଲ୍ କ୍ଲିପରେ ନୃସିଂହ ମନ୍ଦିରରୁ ପଶ୍ଚିମ ଦ୍ୱାର ନିକଟ ବିଶାଳ ପ୍ରତିମା କଏଦ ହୋଇଥିବା ଦୃଶ୍ୟ ସ୍ପଷ୍ଟ ଭାବରେ ଜଣା ପଡୁଛି।
ଏହି ଘଟଣାରେ ମନ୍ଦିର କର୍ତ୍ତୃପକ୍ଷ ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି। କାରଣ ଅତୀତରେ ମଧ୍ୟ ସମାନ ଘଟଣା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି, କିଂତ୍ୟୁ କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ଅର୍ଥାତ ଅତୀତରେ ଶ୍ରୀମନ୍ଦିରର ଅନଧିକୃତ ଦୃଶ୍ୟଗୁଡ଼ିକୁ କଏଦ ଏବଂ ସେୟାର କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଏଥର ମଧ୍ୟ ସମାନ ପଦକ୍ଷେପ ନିଆଯିବ।
ପୁରୀର ଜିଲ୍ଲା କଲେକ୍ଟର ଘୋଷଣା କରିଛନ୍ତି ଯେ ଅଧିକ କଠୋର ପଦକ୍ଷେପ ନେବା ପାଇଁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଶ୍ରୀ ଜଗନ୍ନାଥ ପୋଲିସ ଫୋର୍ସ ଗଠନ କରାଯିବ। ଏଥିରେ ମନ୍ଦିର ପରିସରରେ ପୋଲିସ ପାଟ୍ରୋଲିଂ ବୃଦ୍ଧି ଏବଂ ମୋବାଇଲ୍ ଫୋନ୍ କଟକଣାକୁ କଠୋର ଭାବରେ ଲାଗୁ କରାଯିବ।
ଏହି ଘଟଣା ଭକ୍ତମାନଙ୍କ ମଧ୍ୟରେ ଗୋପନୀୟତା ଏବଂ ସାଂସ୍କୃତିକ ଭାବନା ପ୍ରତି ସମ୍ମାନ ସମ୍ପର୍କରେ ପ୍ରଶ୍ନ ଉଠାଇଛି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଅନୁପ୍ରବେଶରୁ ଧାର୍ମିକ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବାରେ ଚାଲିଥିବା ଚ୍ୟାଲେଞ୍ଜଗୁଡ଼ିକୁ ଉଜାଗର କରୁଛି।
“ଆମେ ପୂର୍ବରୁ ଏହି ପ୍ରକାରର ଉଲ୍ଲଂଘନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଏବଂ ଏଥର ମଧ୍ୟ ସମାନ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକ କଠୋର ପଦକ୍ଷେପ ନେବା ପାଇଁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଶ୍ରୀ ଜଗନ୍ନାଥ ପୋଲିସ ଫୋର୍ସ ଗଠନ କରାଯିବ। ଏହିପରି ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ କଟକଣାକୁ କଠୋର ଭାବରେ ଲାଗୁ କରାଯାଇପାରିବ,” ପୁରୀ କଲେକ୍ଟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।