ନୂଆଦିଲ୍ଲୀ: ପୁଷ୍ପା, ପୁଷ୍ପାରାଜ୍…. ଫାୟାର ନେହିଁ ୱାଇଲ୍ଡ ଫାୟାର ହେ…. ଅଲ୍ଲୁ ଅର୍ଜୁନଙ୍କ ନୂଆ ଡାଇଲଗ୍ ତାଙ୍କର ନୂଆ ଫିଲ୍ମକୁ ଏକଦମ ମ୍ୟାଚ୍ କରିଛି । ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି ‘ପୁଷ୍ପା-୨’ ଜଲୱା । ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରୁଛି ପୁଷ୍ପା-୨ । ବହୁ ପ୍ରତିକ୍ଷୀତ ପୁଷ୍ପା-୨ ବକ୍ସ ଅଫିସରେ ନୂଆ ଅଧ୍ୟାୟ ଲେଖିବା ଜାରି ରଖିଛି । ରିଲିଜର ୧୦ ଦିନ ଭିତରେ ସାରା ବିଶ୍ୱରେ ‘ପୁଷ୍ପା-୨’ ୧୦୦୦ କୋଟି କଲେକ୍ସନ କରି ସାରିଥିଲା । କିନ୍ତୁ ୧୧ ଦିନରେ ଏହା ଆଉ ଏକ ରେକର୍ଡ ନିଜ ନାମରେ କରିଛି । ରିଲିଜ ହେବାର ୧୧ ଦିନ ପରେ ‘ପୁଷ୍ପା-୨’ କେବଳ ଭାରତରେ ହିଁ ୯୦୦ କୋଟି ଆୟ କରିବାରେ ସଫଳ ହୋଇଛି ।
ରିପୋର୍ଟ ଅନୁସାରେ, ‘ପୁଷ୍ପା-୨’ ୧୧ତମ ଦିନରେ କେବଳ ଭାରତରେ ହିଁ ୭୫ କୋଟି ଟଙ୍କାର ବିଜନେସ କରିଛି । ଏଥିରୁ ହିନ୍ଦୀ ଭାଷାରେ ଏହି ଫିଲ୍ମ ୫୫ କୋଟି ଟଙ୍କା ଆୟ କରିଥିବା ବେଳେ ତେଲୁଗୁ ଭାଷାରେ ୧୬ କୋଟି ଏବଂ ତାମିଲ ଭାଷାରେ ୩ କୋଟି ଟଙ୍କା ଆୟ କରିପାରିଛି । ତେବେ କନ୍ନଡ଼ ଏବଂ ମାମଲାୟଲମ ଭାଷାରେ ‘ପୁଷ୍ପା-୨’ ବିଶେଷ ପ୍ରଭାବ ପକାଇପାରିନାହିଁ । ତେବେ ଶନିବାର ପୁଷ୍ପା-୨ ମୋଟ ୬୩.୩ କୋଟି ଆୟ କରିବାରେ ସଫଳ ହୋଇଥିଲା ।
ତେବେ ୧୧ ଦିନରେ ଭାରତରେ ‘ପୁଷ୍ପା-୨’ ନେଟ୍ କଲେକ୍ସନ ୯୦୦.୫ କୋଟି ଟଙ୍କା ରହିଛି । ତେବେ ଏହି ଫିଲ୍ମ ସବୁଠାରୁ ଅଧିକ ହିନ୍ଦୀ ଭାଷାରେ କଲେକ୍ସନ କରିଛି । ମୋଟ ୯୦୦ କୋଟି ଆୟରୁ ୫୫୩.୧ କୋଟି କେବଳ ହିନ୍ଦୀ ଭାଷାରୁ ଇନକମ୍ କରିଛି ‘ପୁଷ୍ପା-୨’ । ସେହିପରି ତେଲୁଗୁ ଭାଷାରୁ ୨୭୯.୩୫ କୋଟି ଆୟ କରିଥିବା ବେଳେ ତାମିଲରୁ ୪୮.୧ କୋଟି କଲେକ୍ସନ କରିପାରିଛି । ତେବେ କନ୍ନଡ଼ ଭାଷାରେ ମୋଟ ୬.୫୫ କୋଟି ଏବଂ ମାଲାୟଲମ ଭାଷାରେ ମାତ୍ର ୧୩.୪ କୋଟି ଟଙ୍କା ଆୟ କରିଛି ‘ପୁଷ୍ପା-୨’ । ତେବେ ସାରା ବିଶ୍ବରେ ୧୧ ଦିନର ଆୟ ମୋଟ ୧୩୦୦ ଛୁଇଁଛି । ଏହା ଖୁବ ଶୀଘ୍ର ୨୦୦୦ କୋଟି ଟଙ୍କାର ମାଇଲଷ୍ଟୋନ ଛୁଇଁବ ବୋଲି ଆଶା କରାଯାଉଛି ।