ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଫିଲ୍ମ ପୁଷ୍ପା-2, 900 କୋଟି ରୋଜଗାର !

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ସୁପରହିଟ୍ ହୋଇଥିଲା । ଫିଲ୍ମ ଦେଖି ଲୋକେ ତାଙ୍କର ଫ୍ୟାନ୍ସ ହୋଇଯାଇଥିଲେ । ଏହାପରେ ସମସ୍ତେ ପୁଷ୍ପା-2କୁ ଅପେକ୍ଷା କରି ରହିଛନ୍ତି । ତେବେ ଫ୍ୟାନ୍ସଙ୍କର ଅପେକ୍ଷାର ଅନ୍ତ ଘଟିଥିବା ବେଳେ 6 ଡିସେମ୍ବରରେ ଏହା ବଡ ପରଦାରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ପୂର୍ବରୁ କୋଟିଏ ଉପରେ ବିଜନେସ କରିଛି ଫିଲ୍ମ ।

ପୁଷ୍କା-2ର ପ୍ରଥମ ପୋଷ୍ଟ ପ୍ରଥମେ 2021 ମସିହାରେ ଆସିଥିଲା । ଫିଲ୍ମର ସେକେଣ୍ଡ ପାର୍ଟ ନେଇ ଘୋଷଣା ହୋଇଥିବା ବେଳେ ଫ୍ୟାନ୍ସ ରିଲିଜ ନେଇ  ଅପେକ୍ଷା କରି ରହିଛନ୍ତି । ଡିଜିଟାଲ ରାଇଟ୍ସରେ ଅନେକ ବ୍ୟବସାୟ କରିଛି । ରିପୋର୍ଟ ଅନୁସାରେ, ପୁଷ୍କା-2 ରିଲିଜ ପୂର୍ବରୁ 900 କୋଟି ଟଙ୍କାର ବ୍ୟବସାୟ କରିଛି । ଓଟିଟି ରାଇଟ୍ସ ଏବଂ ସାଟେଲାଇଟ୍ ରାଇଟ୍ସରେ 900 କୋଟି ଟଙ୍କାର ବ୍ୟବସାୟ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଫିଲ୍ମ ମେକର ଡିଜିଟାଲ ଟାଇଟ୍ସକୁ ନେଇ କୌଣସି ଘୋଷଣା କରିନାହାନ୍ତି । ଫିଲ୍ମ ରିଲିଜ ହେଲା ପରେ ବକ୍ସ ଅଫିସରେ ବମ୍ପର କଲେକ୍ସନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟ୍ସ ଅନୁସାରେ, ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ପୁଷ୍କା-2ର ରାଇଟ୍ସ କିଣିଛି । ନେଟଫ୍ଲିକ୍ସ ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଏବଂ ମାଲାୟଲମରେ ଫିଲ୍ମ ଟାଇଟ୍ସ 270 କୋଟି ଟଙ୍କାରେ କିଣିଛି । ପୁଷ୍କା-2ର ରାଇଟ୍ସ ସବୁଠାରୁ ଅଧିକା ଟଙ୍କାରେ ବିକ୍ରି ହୋଇଛି । ଯଦି ଆମେ ପୁଷ୍ପା କଥା ଦେଖିବା ତାହେଲେ ପୁଷ୍ପା ଓଟିଟି ରାଇଟ୍ସ ପ୍ରାଇମ ଭିଡିଓ 50 କୋଟି ଟଙ୍କାରେ କିଣିଥିଲା । ପୂର୍ବରୁ ପୁଷ୍ପା-2 ଅଗଷ୍ଟ 15 ତାରିଖରେ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମ ମେକର୍ସ ଏହାକୁ ସ୍ଥଗିତ ରଖି ଡିସେମ୍ବର ପ୍ରଥମ ପହିଲାରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମର ବଜେଟ୍ 500 କୋଟି ରହିଛି ।

Get real time updates directly on you device, subscribe now.