fbpx

ସଡକ ଦୁର୍ଘଟଣାର ଶିକାର ହେଲା ‘ପୁଷ୍ପା-୨’ ଟିମ୍ ବସ୍: ୨ କଳାକାର ଆହତ

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ‘ପୁଷ୍ପା-୨’ ସିନେମାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହି ଫିଲ୍ମ ଏବଂ ଏହାର କଳାକାରମାନଙ୍କୁ ନେଇ ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ପୁଷ୍ପା-୨ ସିନେମାର କଳାକାର ଯାଉଥିବା ବସଟି ଏକ ଦୁର୍ଘଟଣାର ଶିକାର ହୋଇଥିବା ଜାଣିବାକୁ ମିଳିଛି । ଏହି ଦୁର୍ଘଟଣାରେ ବହୁ ପ୍ରତିକ୍ଷୀତ ସିନେମା ‘ପୁଷ୍ପା-୨’ର କଳାକାର ଆହତ ହୋଇଛନ୍ତି । ଶୁଟିଙ୍ଗରୁ ଫେରିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଥିବା ଦେଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ଶୁଟିଙ୍ଗ ଶେଷ କରି ହାଇଦ୍ରାବାଦ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ପୁଷ୍ପା-୨ ସିନେମା କଳାକାରଙ୍କ ବସ୍ । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ତେବେ ସିନେମାର କଳାକାରଙ୍କୁ ନେଇ ଯାଉଥିବା ଏହି ବସ ହାଇଦ୍ରାବାଦ-ବିଜୟୱାଡା ରାଜମାର୍ଗରେ ଠିଆ ହୋଇଥିବା ଆରଟିସି ବସକୁ ପଛ ଆଡୁ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ସିନେମା କଳାକାର ଆହତ ହୋଇଥିଲେ ମଧ୍ୟ ବିଶେଷ କ୍ଷତାକ୍ତ ହୋଇନାହାନ୍ତି ।

Pushpa 2 movie artists met with a bus accident...

ସୂଚନା ଅନୁସାରେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆରଟିସି ବସ୍ ଚାଳକ ଗାଡିକୁ ରାସ୍ତାକଡରେ ରଖି ଠିଆ ହୋଇଥିଲେ । ଏହି ସମୟରେ କଳାକାରଙ୍କୁ ନେଇ ଆସୁଥିବା ବସ୍ ଏହାକୁ ଲକ୍ଷ୍ୟ ଦେଇ ପାରି ନଥିଲେ, ଫଳରେ ଆଗରେ ଠିଆ ହୋଇଥିବା ଆରଟିସି ବସକୁ ଧକ୍କା ଦେଇଥିଲେ ଡ୍ରାଇଭର । ତେବେ ଏହି ଦୁର୍ଘଟଣାରେ ଫିଲ୍ମର ଦୁଇ କଳାକାର ଆଘାତପ୍ରାପ୍ତ ହୋଇଛନ୍ତି । ଏହାପରେ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.