ଆଉ Hallରେ ଚାଲିବନି Pushpa-2: ଅଲ୍ଲୁ ଅର୍ଜୁନଙ୍କ ପରେ ବିବାଦରେ ବ୍ଲକବଷ୍ଟର ଫିଲ୍ମ! ପ୍ରେକ୍ଷାଳୟରୁ ବ୍ୟାନ୍

ନୂଆଦିଲ୍ଲୀ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି କରୁଛି ‘ପୁଷ୍ପା-୨: ଦ ରୁଲ୍’ । ୬୦୦ କୋଟିରୁ ଅଧିକ ଟଙ୍କାର କଲେକ୍ସନ କରି ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ତାଲିକାରେ ସ୍ଥାନ ପାଇଛି ଏହି ଫିଲ୍ମ । କିନ୍ତୁ ବର୍ତ୍ତମାନ ଆଉ ହଲ୍ ରେ ପଡ଼ିବନି ପୁଷ୍ପା-୨ । ଅଲ୍ଲୁ ଅର୍ଜୁନଙ୍କ ପରେ ଏକ ବଡ଼ ବିବାଦରେ ଫସିଛି ତାଙ୍କର ଏହି ସିନେମା । ବିଶ୍ୱବ୍ୟାପୀ ଦମଦାର ଇନକମ୍ କରୁଥିବା ପୁଷ୍ପା-୨ ପାଇଁ ବନ୍ଦ ହୋଇଛି ଫିଲ୍ମ ହଲ୍ । ଭାରତରେ ଅନେକ ସିନେମା ଘରୁ ‘ପୁଷ୍ପା-୨’କୁ ହଟାଇ ଦିଆଯାଇଛି । କିଛି ଦିନ ତଳେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିବା ବେଳେ ବର୍ତ୍ତମାନ ସିନେମା ବିବାଦ ଘେରରେ ଫସିଛି ।

‘ପୁଷ୍ପା-୨’ର ସ୍କ୍ରିନିଙ୍ଗ ବନ୍ଦ ହେବାର କାରଣ ଏବେ ଜାଣିବାକୁ ମିଳିଛି । ହାଇଦ୍ରାବାଦ ଠେଲାପେଲା ମାମଲା ପାଇଁ ‘ପୁଷ୍ପା-୨’ର ସ୍କ୍ରିନିଙ୍ଗକୁ ରୋକ ଲଗାଯାଇ ନଥିଲା ବୋଲି କୁହାଯାଉଛି । ସୂଚନା ଅନୁସାରେ, ଫିଲ୍ମର ନିର୍ମାତା ଏବଂ ପିଭିଆର ଆଇନକ୍ସ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାପରେ ଥିଏଟର ଚେନ୍ ଉତ୍ତର ଭାରତର ସମସ୍ତ ଫିଲ୍ମ ହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ହଲରୁ ‘ପୁଷ୍ପା-୨: ଦ ରୁଲ’କୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଥିଏଟର ଚେନ୍ ।

Pushpa 2, Allu Arjun, Pushpa 2 remvoved from North Indian Theatres, highest grossing hindi movie, Pushpa 2 box office collection, Pushpa 2 collection, pushpa 2 the rule, Allu Arjun movie Pushpa 2,

ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ କହିଛନ୍ତି ଯେ, ‘ବ୍ରେକିଙ୍ଗ: ପୁଷ୍ପା-୨ କାଲିଠାରୁ ଉତ୍ତର ଭାରତରେ ସମସ୍ତ ପିଭିଆର ଆଇନକ୍ସରେ ଚାଲିବ ନାହିଁ ।’ତେବେ ଅପଡେଟ ସେୟାର କରିବା କିଛି ସମୟ ପରେ ଉଭୟ ପକ୍ଷରେ ଏହି ସମସ୍ୟା ସମାଧାନ ହୋଇ ସାରିଥିବା ସେ କହିଛନ୍ତି । ପୁଷ୍ପା-୨ ଏବଂ ପିଭିଆର ଆଇନକ୍ସ ମଧ୍ୟରେ ସବୁକିଛି ଠିକ ହୋଇଯିବା ପରେ ଏବେ ଗୋଟି ଗୋଟି କରି ଶୋ’ ଖୋଲାଯାଉଛି । ବର୍ତ୍ତମାନ ସାରା ଭାରତରେ ପୁଷ୍ପା-୨ ସର୍ବାଧିକ କଲେକ୍ସନ କରିଥିବା ହିନ୍ଦୀ ଫିଲ୍ମ ପାଲଟିଯାଇଛି । ରିଲିଜର ୧୫ ଦିନ ମଧ୍ୟରେ ୬୦୦ କୋଟି ପାର୍ କରିଛି ‘ପୁଷ୍ପା-୨: ଦ ରୁଲ୍’ା