ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ହେବ ପୁଷ୍ପା-୨ ସୁଟିଂ: ଅନୁମତି ମାଗିଲେ ପ୍ରଡକ୍ସନ ଟିମ୍

ମାଲକାନଗିରି: ୨୦୨୧ ରେ ରିଲିଜ ହୋଇଥିବା ସାଉଥ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଅଭିନିତ ପୁଷ୍ପା ଫିଲ୍ମ ବ୍ଲକବାଷ୍ଟର ହିଟ୍ ହୋଇଥିଲା। ଏହି ଫିଲ୍ମର ଦ୍ୱିତୀୟ ଭାଗ Pushpa 2: The Rule ଆସନ୍ତା ବର୍ଷ ଆସିବାକୁ ଯାଉଛି। ଏବେ ଏହି ଫିଲ୍ମର ଶୁଟିଂ ଜୋରଦାର ଚାଲିଛି। ଖବର ଆସିଛି ଯେ, ଫିଲ୍ମର ସେକେଣ୍ଡ ପାର୍ଟର କିଛି ଦୃଶ୍ୟ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହେବାକୁ ଯାଉଛି। ଏଥିପାଇଁ ଏପ୍ରିଲ ୬ ତାରିଖରେ ପୁଷ୍ପା ଫିଲ୍ମର ପ୍ରସ୍ତୁତକର୍ତ୍ତା ବା ପ୍ରଡକସନ୍ କମ୍ପାନୀ ମଇଥ୍ରୀ ମୁଭୀ ମେକର୍ସ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି।

ମାଲକାନଗିରି ଭଳି ଜିଲ୍ଲାରେ ଏପରି ସୁପର ହିଟ ଚଳଚିତ୍ରର ଦ୍ଵିତୀୟ ଭାଗ ଶୁଟିଙ୍ଗ ହେବା ଜିଲ୍ଲାପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ଆଜି ଏହି ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଅନୁମତି ପାଇଁ ଆବେଦନ କରିଛନ୍ତିା ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତିା

ଏଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଏହି ସୁଟିଙ୍ଗ କରିବା ନିମନ୍ତେ ଦିନ ଧାର‌୍ୟ୍ୟ କରିଥିବା ଜଣାପଡିଛିା ଚଳଚିତ୍ର ଶୁଟିଙ୍ଗ ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ବେସ ଖୁସିବ୍ୟକ୍ତ କରିବା ସହ ଉତ୍ସାହର ସହ ଏହାକୁ ଅପେକ୍ଷା କରି ରହିଛନ୍ତି ।

ଫିଲ୍ମର ପ୍ରଥମ ଭାଗ ବିପୁଳ ସଫଳତା ପାଇବା ପରେ ଏହାର ନିର୍ମାତା ଏବଂ ନିର୍ଦ୍ଦେଶକ ଦ୍ୱିତୀୟ ଭାଗରେ କୌଣସି ତ୍ରୁଟି ଛାଡ଼ିବାକୁ ଚାହୁଁନାହାନ୍ତି। ଫିଲ୍ମ କିପରି ନାଚୁରାଲ ଲାଗିବ ଏବଂ ଦର୍ଶକଙ୍କ ହୃଦୟକୁ ଛୁଇଁବ, ସେ ନେଇ ସମସ୍ତ ଦିଗ ଉପରେ ଧ୍ୟାନ ରଖୁଛନ୍ତି। ସେଥିପାଇଁ ପୁଷ୍ପା ଟିମ୍ ଏହାର କିଛି ସିନ୍ ଶୁଟିଂ କରିବା ପାଇଁ ଆସି ମାଲକାନଗିରିରେ ପହଞ୍ଚିଛନ୍ତି।