fbpx

(Video) ରିଲରୁ ରିଆଲିଟିରେ ପହଞ୍ଚିଲା ‘ପୁଷ୍ପା’ ଫିଲ୍କ: ୧୦ମ ପରୀକ୍ଷାରେ ଛାତ୍ର ଲେଖିଲା- ଅପୁନ୍ ଲିଖେଗା ନେହିଁ ସାଲା!

Advertisement

ମୁମ୍ବାଇ: ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍କ ଯେବେଠାରୁ ରିଲିଜ୍ ହୋଇଛି, ଏହାର ଗୀତ ଓ ଡାଏଲଗ୍ ଉପରେ ରିଲ୍ସ ତିଆରି ଚାଲିଛି । ଏହି ଗୀତର ହୁକ୍ସ ଷ୍ଟେପ୍ସ ଉପରେ ଲୋକମାନେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସମସ୍ତେ ପ୍ରାୟ ଏହି ଫିଲ୍ମର ଗୀତ ଓ ଡାଏଲଗ ଉପରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ପୁଷ୍ପା ଫିଲ୍ମର ଡାଏଲଗ ‘ମେ ଝୁକେଗା ନେହିଁ ସାଲା’ ର ନିଶା ଏବେ ସମସ୍ତଙ୍କୁ ଚଢ଼ିବାରେ ଲାଗିଛି । ଏବେ ରିଲରୁ ରିଆଲିଟି ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ଫିଲ୍ମର ପ୍ରଭାବ ୧୦ମ ପରୀକ୍ଷାର ଉତ୍ତରପତ୍ରରେ ଦେଖିବାକୁ ମିଳିଛି ।

ଜଣେ ୧୦ମ ଶ୍ରେଣୀ ଛାତ୍ର ପରୀକ୍ଷାରେ ଉତ୍ତର ନଲେଖି ପୁଷ୍ପାର ଡାଏଲଗ ଲେଖିଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ‘ ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ବେଳେ ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ବି ଏହା ଦେଖି ଚକିତ ହୋଇପଡିଛନ୍ତି । ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି । ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି ।

ତେବେ ମୂଲ୍ୟୟନ ବେଳେ ପରୀକ୍ଷା ଖାତାରେ ଲେଖା ହୋଉଥିବା ଏଭଳି ପୁଷ୍ପା ଡାଏଲଗକୁ ଦେଖି ଶିକ୍ଷକ ଅବାକ୍ ହୋଇପଡିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି । ପିଲା ଅଫ୍ଲାଇନରେ ପରୀକ୍ଷା ଦେଇଛନ୍ତି । ତେବେ ପାଠ ନଲେଖି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ଏଭଳି ଫିଲ୍ମ ଡାଏଲଗ୍ ଲେଖିବା ସେମାନଙ୍କ ଭବିଷ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.