fbpx
BSKY SKY
BSKY SKY

ଧରାପଡିଲା ମୂରୈନା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ପୁଷ୍ପା, ପୁଅ ହାତରେ ବନ୍ଧୁକ ଦେଇ ୮ଜଣ ଲୋକଙ୍କୁ କରାଇଥିଲା ଗୁଳି

BSKY

ମୂରୈନା: ମଧ୍ୟପ୍ରଦେଶର ମୂରୈନା ଗ୍ରାମରେ ଗତ ଶୁକ୍ରବାର ଦିନ ୮ ଜଣ ଲୋକଙ୍କୁ ଗୁଳି କରାଯାଇଥିଲା । ଫଳରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ମାମଲା ପଛରେ ଥିବା ପ୍ରକୃତ ଅପରାଧୀକୁ ଗିରଫ କରାଯିବା କଥା ସାମ୍ନାକୁ ଆସିଛି । ଏହି ନିର୍ମମ ହତ୍ୟାକାଣ୍ଡର ଭିଡିଓ ମଧ୍ୟ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଅଜିତ ନାମକ ଜଣେ ଯୁବକ ଜଣ ଜଣ କରି ୮ ଜଣଙ୍କୁ ଗୁଳି ମାରିଥିଲା । ଅଜିତ ପାଖେ ଜଣେ ସବୁଜ ରଙ୍ଗର ସାଢି ପିନ୍ଧି ଠିଆ ହୋଇ କାହାକୁ କାହାକୁ ମରାଯିବ ତାକୁ ନିର୍ଦ୍ଦେଶ ଦେଉଥିଲେ । ସେ ଆଉ କେଜି ନୁହଁନ୍ତି ସେ ହେଉଛନ୍ତି ପୁଷ୍ପା ଦେବୀ ଯିଏ ଅଜିତର ମାଆ । ଏହି ମାମଲାରେ ପୋଲିସ ସମୁଦାୟ ୯ ଜଣ ଲୋକଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିଛି । ଏଥିରେ ଧୀର ସିଂହ ଏବଂ ରଜ୍ଜୋ ଦେବୀଙ୍କୁ ପ୍ରଥମେ ଗିରଫ କରାଯାଇଛି । ତେବେ ଅନ୍ୟାନ୍ୟ ୭ ଜଣ ଲୋକ ଫେରାର ଥିବା ବେଳେ ଆଜି ପୋଲିସ ପୁଷ୍ପାକୁ ଗିରଫ କରିଛି ।

ଏହି ସମସ୍ତ ଅପରାଧୀଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଘୋଷଣା କରାଯାଇଛି । ପୋଲିସ ଅନ୍ୟ ଅପରାଧୀ ମାନଙ୍କୁ ଖୋଜିବା ପ୍ରୟାସ ଜାରି ରଖିଛି । ତେବେ ଧରାପଡିଥିବା ଅପରାଧୀଙ୍କ ଉପରେ ଜରିମାନା ବଢାଯାଇ ୩୦ ହଜାର କରାଯାଇଛି ।

Get real time updates directly on you device, subscribe now.