ଆସୁଛନ୍ତି ପୁଟିନ୍… ଅଗଷ୍ଟ ଶେଷରେ ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆସିବେ ଭାରତ । ଅଗଷ୍ଟ ଶେଷ ସୁଦ୍ଧା ପୁଟିନ୍ ଭାରତ ଆସିବେ ବୋଲି ଖବର ପ୍ରକାଶ ପାଇଛି ।

ମସ୍କୋ ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କହିଛନ୍ତି ।

ରୁଷିଆଠାରୁ ଅଶୋଧିକ ତୈଳ କିଣିବା ନେଇ ଆମେରିକା ଭାରତ ଉପରେ ଏକ ପ୍ରକାର ରୋଷ ଭାବ ପ୍ରକାଶ କରୁଥିବାବେଳେ ପୁଟିନଙ୍କ ଭାରତ ଗସ୍ତ ଏ ଖବରକୁ ଅଧିକ ରୋଚକ କରିବା ଆଶଙ୍କା କରାଯାଉଛି ।

ରୁଷିଆଠାରୁ ତେଲ ନ କିରିବା ପାଇଁ ଟ୍ରମ୍ପ କହୁଥିବାବେଳେ ଭାରତ ଏହାକୁ ଖାତିର ନ କରିବା କାରଣରୁ ଭାରତ ଉପରେ ଆମେରିକା ୫୦% ଶୁଳ୍କ ଲଗାଇଛି । ଯାହା ଭବିଷ୍ୟତରେ ବଢ଼ିବା ନେଇ ଆଶଙ୍କା କରାଯାଉଛି ।