ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫: ଭାଗ ନେବେନି ପିଭି ସିନ୍ଧୁ, ଜାଣନ୍ତୁ କାରଣ
ପିଭି ସିନ୍ଧୁ ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ରେ ଖେଳିବେନି
ନୂଆଦିଲ୍ଲୀ: ଚୀନର କିଙ୍ଗଗାଓରେ ୧୧ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ର ଆୟୋଜନ ହେବ। ଏଥିରେ ଭାରତୀୟ ବ୍ୟାଡମିଣ୍ଟନ ଟିମ ମଧ୍ୟ ଭାଗ ନେବ, ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମକୁ ଏକ ବଡ଼ ଝଟକା ଲାଗିଛି।
ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ ପାଇଁ ଘୋଷିତ ହୋଇଥିବା ଟିମ ଇଣ୍ଡିଆରେ ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ନାମ ମଧ୍ୟ ସାମିଲ ଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ନିଜ ନାମକୁ ଫେରାଇ ନେବାର ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଜଣାଇଛନ୍ତି। ସିନ୍ଧୁ ଏଭଳି ନିଷ୍ପତ୍ତି ଆହତ ହେବା ଯୋଗୁଁ ନେଇଛନ୍ତି।
ପିଭି ସିନ୍ଧୁ ୯ ଫେବୃଆରୀରେ ଏକ୍ସରେ କରାଯାଇଥିବା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଭାରି ମନରେ ଏହା ଜଣାଉଛି ଯେ; ବ୍ୟାଡମିଣ୍ଟନ ଏସିଆ ମିକ୍ସଡ ଟିମ ଚାମ୍ପିୟନସିପ ୨୦୨୫ ପାଇଁ ଟିମ ସହ ଗସ୍ତ କରିପାରିବି ନାହିଁ। ଗୁୱାହାଟୀର ୪ ତାରିଖ ଦିନ ଟ୍ରେନିଂ ସମୟରେ ମୁଁ ଜଙ୍ଘରେ କଷ୍ଟ ଅନୁଭବ କରିଥିଲି।
ସେ ଆହୁରି ଲେଖିଛନ୍ତି ଯେ, ଭାରି ଟେପିଂଗ ସହ ଆଗକୁ ଖେଳିବାରେ ମୋର ପ୍ରୟାସ ସତ୍ତ୍ୱେ, ଏମଆରଆଇରୁ ମୋତେ ଜଣାପଡିଥିଲା ଯେ, ଏଥିରୁ ସୁସ୍ଥ ହେବା ଲାଗି ମୋତେ ଅଧିକ ସମୟ ଲାଗିବ। ଟିମ ପାଇଁ ଶୁଭକାମନା। ମୁଁ ଟିମକୁ ଏହିଠାରୁ ଚିୟର କରିବି।