fbpx

(Video) ରୋଷେଇ କରିବା ସମୟରେ ମହିଳାଙ୍କ ଅଣ୍ଟାରେ ଗୁଡେଇ ହେଲା ଅଜଗର, ତାପରେ …

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳେ । ସେମାନଙ୍କର ଗୋଟିଏ ଚୋଟରେ ମଣିଷ ମରିବାର ସମ୍ଭାବନା ଅଧିକ ରହିଥାଏ । ଖାସ୍ କରି ଅଜଗରର ନାଁ ଶୁଣିଲେ ମନକୁ ଛନକା ଆସିଥାଏ । କିନ୍ତୁ ଅନେକ ଭିଡିଓରେ ଦେଖାଯାଇଛି ଯେ, ଅଜଗରକୁ ସେମାନେ ବନ୍ଧୁ କରି ରଖିଥାନ୍ତି ।  ଅଜଗର ମଧ୍ୟ ଅନ୍ୟ ସାପ ଭଳି ଶିକାର କରିବାରେ ମାହିର ହୋଇଥାଏ । କିନ୍ତୁ ତରିକା ଅଲଗା ହୋଇଥାଏ । ପ୍ରଥମେ ଧିରେ ଧିରେ ଶରୀରରେ ଗୁଡେଇ ହେବା ପରେ ଆକ୍ରମଣ କରିଥାଏ । ଏହାର ଶିକାରକୁ ଶୀଘ୍ର ଦେଖି ଏହା ଧୀରେ ଧୀରେ ଗିଳିଥାଏ । ସାଧାରଣତଃ ଅଜଗର ପଶୁମାନଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥାଏ । କିନ୍ତୁ ଥାଇଲାଣ୍ଡରେ ଜଣେ ମହିଳାଙ୍କ ଶିକାର କରିଛି ଅଜଗର ।

ଥାଇଲାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି । ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହା ଦେଖି ଲୋକେ ମଧ୍ୟ ଛାନିଆ ହେଇଯାଉଛନ୍ତି । ଭିଡିଓରେ ଦେଖାଯାଇଛି ଯେ, ଅଜଗରଟି ଆରୋମ ଅରୁନ୍ରୋଜ ନାମକ ଜଣେ 64 ବର୍ଷ ବୟସ୍କା ମହିଳାଙ୍କ ଅଣ୍ଟାରେ ଗୁଡେଇ ହୋଇଯାଇଛି  । ମହିଳାଜଣକ ରୋଷେଇ କରୁଥିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଏହାପରେ ମହିଳାଜଣକ ଚିତ୍କାର କରିଥିଲେ । ଏହା ପରେ ନିକଟସ୍ଥ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡିଥିଲେ । ତେବେ ମହିଳାଙ୍କଠୁ ଅଜଗର ଦୂରେଇବା ପାଇଁ  ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିବା କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଜଗର ପ୍ରଥମେ ଆରୋମକୁ ଗୋଡରେ କାମୁଡି ଦେଇଥିଲା ଏବଂ ପରେ ଧୀରେ ଧୀରେ ଅଣ୍ଟାରେ ଗୁଡ଼ାଇ ତାଙ୍କୁ କାବୁ କରିଥିଲା । ମହିଳା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ରୋଷେଇ ଘରରୁ ପାଣି ଆଣିବାକୁ ଯିବା ମାତ୍ରେ ସେ ମୋତେ ଗୋଡକୁ କାମୁଡ଼ି ଦେଇଥିଲା। ଏହାପରେ ସେ ଶରୀରରେ ଗୋଡେଇ ହୋଇଯାଇଥିଲା । ଚେଷ୍ଟା କରିବା ପରେ ମଧ୍ୟ ସେ ଛାଡି ନଥିଲା ବୋଲି କହିଛନ୍ତି ।

Get real time updates directly on you device, subscribe now.