fbpx
BSKY SKY
BSKY SKY

ଏଥର ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

BSKY

ଭୁବନେଶ୍ୱର,୧୭ ।୨(ଓଡିଶା ଭାସ୍କର): ଫେବ୍ରୁଆରୀ ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଚଳିତ ବଜେଟ ଅଧିବେଶନରେ ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି । ଦୈନିକ ୨ଟି ଅଧିବେଶନରେ ବିଧାନସଭା ଚାଲିବ । ଦିନ ସାଢେ ୧୦ଟାରୁ ୧ଟା ୩୦ ଓ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଗୃହ ଚାଲିବ । ସ୍ୱତନ୍ତ୍ର କାର୍ଯ୍ୟଦିବସରେ ଅଧିବେଶନ ୭ଟା ଯାଏଁ ଚାଲିବ ବୋଲି ବାଚସ୍ପତି କହିଛନ୍ତି ।

ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଥିଲେ। ଏହା ସହ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଏଥିରେ ସାମିଲ ଥିଲେ । ବଜେଟ୍ ଅଧିବେଶନ କେମିତି ଚାଲିବ, ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.