fbpx

ସଂସଦରେ ମହିଳାଙ୍କୁ ଦୁଷ୍କର୍ମ: କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

କାନବେରା, ୧୭ା୨: ଅଷ୍ଟ୍ରେଲିଆର ସଂସଦ ପରିସରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପୀଡ଼ିତା ମହିଳାଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁଯାୟୀ, ବ୍ରିଟାନି ନାମକ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଟିଭି କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ । ୨୦୧୯ ମାର୍ଚ୍ଚ ମାସରେ ଶାସକ ଦଳର ଜଣେ ସଦସ୍ୟ ଏହି କୁକର୍ମ କରିଥିଲେ । ଅଭିଯୁକ୍ତ ଜଣକ ମହିଳାଙ୍କୁ ବାହାନା କରି ଡାକିନେଇ ଜଣେ ମନ୍ତ୍ରୀଙ୍କର ଅଫିସ ଭିତରେ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦେଶର ମେରୁଦଣ୍ଡ ସଂସଦ ପରିସରରେ ଏଭଳି ଘୃଣ୍ୟ କାର୍ଯ୍ୟ ବାସ୍ତବିକ ଲଜ୍ଜାଜନକ ତଥା ନିନ୍ଦନୀୟ ଅଟେ ।

Get real time updates directly on you device, subscribe now.